ଶ୍ରୀଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ପ୍ରସଙ୍ଗ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇ‌ଲେ ହାଇକୋର୍ଟ

କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ୨୦୧୪ରୁ ବିଚାରାଧୀନ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ମାମଲା ବିଚାରାଧୀନ ଥିବାବେଳେ ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ଅଧିକାଂଶ ପରାମର୍ଶ କାର୍ଯ୍ୟକାରୀ କରାଯାଇଛି। ଇତିମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ଓ ଭିତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ଏଭଳି ସ୍ଥିତିରେ ମାମଲାରେ ଆଉ କୌଣସି ନିର୍ଦ୍ଦେଶ ପ୍ରଦାନ କରିବାକୁ ହାଇକୋର୍ଟ ମନା କରିବା ସହିତ ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଅନେକ ସମୟରେ ଦୁର୍ବ୍ୟବହାର କରାଯାଉଛି। ମନ୍ଦିର ପରିସରରେ ଓ ବଡ଼ଦାଣ୍ଡରେ ଜଳ ନିଷ୍କାସନ ଠିକ୍‌ଭାବେ ହେଉ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି ବୋଲି ଦର୍ଶାଇ ଚିତ୍ତରଂଜନ ମହାନ୍ତି ହାଇକୋର୍ଟରେ ଜନସ୍ବାର୍ଥ ଆବେଦନ ଦାୟର କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଜଷ୍ଟିସ ପି.କେ.ମହାନ୍ତି କମିସନ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ମୂଷା ନଈର ରକ୍ଷଣାବେକ୍ଷଣ କରାଗଲେ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରୁ ଜଳ ନିଷ୍କାସନ ସହଜରେ ହୋଇପାରିବ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଭକ୍ତଙ୍କୁ ଯେଭଳି ଭାବେ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର କରା ନଯିବ, ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ ଲାଗି ଆବେଦନକାରୀ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe