ପ୍ରବାସୀ ପରିବହନରେ ହେରଫେର ପ୍ରସଙ୍ଗ: ଚାଲିଛି ସ୍ବତନ୍ତ୍ର ଅଡିଟ୍‌, ଧରାପଡିବ ଅନୀୟମିତତା

ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ମାମଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

The Hindu

ଜୟପୁର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଜୟପୁର ୟୁନିଟ୍‌ ବନ୍ଦକୁ ୨୦ ଦିନ ବିତିଛି। ଓଏସଆରଟିସିର ଏଫଏ ଓ ସିଏଓ ଡ.‌କ୍ଷେତ୍ରବାସୀ ମାନସେଠଙ୍କ ପକ୍ଷରୁ ସ୍ବତନ୍ତ୍ର ଅଡିଟ ଜାରି ରହିଥିବାବେଳେ ପ୍ରବାସୀଙ୍କୁ ପରିବହନ ବେଳେ ହୋଇଥିବା ହେରଫର ଘଟଣାରେ ତନାଘନା କରୁଛି ଭୁବନେଶ୍ବରରୁ ଆସିଥିବା ଏହି ତିନିଜଣିଆ ଅଡିଟ ଟିମ୍‌। ଏହି ଟିମ ପ୍ରାଥମିକ ଭାବେ ଧରିଥିବା ଅନୀୟମିତାକୁ ସୁଧାର ଆଣିବା ପାଇଁ କିଛି କର୍ମଚାରୀଙ୍କୁ ନୋଟିସ ଜାରି ହୋଇଛି। ଏହାମଧ୍ୟରେ ୨୦ଜଣ କର୍ମଚାରୀ ତେଲ ହେରଫେରର ଅର୍ଥ ପ୍ରଦାନ କରିସାରିଥିବାବେଳେ ୫୦ରୁ ଅଧିକ କର୍ମଚାରୀ ଏବେ ଯାଏ ଅର୍ଥ ଫେରସ୍ତ କରିନାହାନ୍ତି।

ଏନେଇ ଶ୍ରୀ ମାନସେଠ କହିଛନ୍ତି ଯେ ଗତକାଲି ଅପରାହ୍ନରୁ ଅଡିଟ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଜି ଏକାଧିକ ଅଡିଟ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାଦିନଗୁଡିକରେ ଏହି କାର୍ଯ୍ୟ ଯଦି ଶେଷ ନ ହୁଏ ତେବେ ପୁଣି ଥରେ ଏହିଠାକୁ ଆସିବାକୁ ପଡିପାରେ। ତେବେ ପ୍ରବାସୀଙ୍କ ତେଲ ହେରଫେର ଘଟଣାରେ କିଛି କର୍ମଚାରୀ ଅର୍ଥ ଦେଇସାରିଥିବାବେଳେ ଆଉକିଛି ଦେବାକୁ ବାକି ରହିଛି। ଯେହେତୁ ସେମାନେ ସବୁ ଓଏସଆରଟିସିର କର୍ମଚାରୀ ସେମାନେ କେବେ ତାଙ୍କ ପେଟପାଟଣାକୁ ମାରିବାକୁ ଚାହିଁବେ ନାହିଁ। ସବୁ କର୍ମଚାରୀଙ୍କଠାରୁ ଅର୍ଥ ଆଦାୟ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe