କଟକ: ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଟକ ଜିଲ୍ଲାପାଳଙ୍କ ସହ କଲେଜର ଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ବୈଠକ ବିଫଳ ହୋଇଛି। ଫଳରେ ଛାତ୍ରୀମାନେ ପୁଣି ଧାରଣାରେ ବସିଛନ୍ତି। ଅନ୍ୟପଟେ କଲେଜ ନାମରେ ଜମି ନ ଥିବାରୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳି ପାରିବ ନାହିଁ ବୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରୀମାନଙ୍କୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି। ଏଭଳି ସ୍ଥିତିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଆଜି ସୁଦ୍ଧା ଜମି ନ ଥିବା ବେଳେ ରେଭେନ୍ସା କିପରି ବିଶ୍ବବିଦ୍ୟାଳୟ ହେଲା ବୋଲି ଅନେକ ଶିକ୍ଷାବିତ୍ ପ୍ରଶ୍ନ କରିଛନ୍ତି। ଜମିକୁ ଆଳକରି ଶୈଳବାଳା ମହିଳା କଲେଜକୁ ଅଧିକାରରୁ ଦୂରେଇ ରଖିବାର ପ୍ରୟାସକୁ ବିରୋଧ କରାଯାଇଛି।
Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର
ଛାତ୍ରୀମାନେ ଗଲାକାଲି ଠାରୁ ଅହୋରାତ୍ର ଧାରଣା ଆରମ୍ଭ କରିବାରୁ ଅପ୍ରୀତିକର ସ୍ଥିତି ଦୂର କରିବାକୁ ଆଜି ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିଲା। ଏଥିରେ କଲେଜର ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦୁଇଟି ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ କଲେଜ ନାମରେ ଜମି ନ ଥିବାରୁ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳି ପାରିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ପ୍ରଥମେ ଉକ୍ତ ଜମିକୁ ଶୈଳବାଳା କଲେଜ ନାମରେ କରିବା ସହ କଲେଜର ଦ୍ବିତୀୟ କ୍ୟାମ୍ପସ୍ ଓ ଭିତ୍ତିଭୂମିର ବିକାଶ କରାଯିବ। ପରେ ଏହାକୁ ବିଶ୍ବବିଦ୍ୟାଳୟ ଘୋଷଣା
କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଆସନ୍ତା ସପ୍ତାହରେ ଜିଲ୍ଲାପାଳ କଲେଜକୁ ଆସି ଏହାର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟ ଦେଖିବେ।
ପୁଣି ଧାରଣାରେ ବସିଲେ ଛାତ୍ରୀ
ଶିକ୍ଷାବିତ୍ଙ୍କ ଦାବି: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ବି ନାହିଁ ଜମି
ଶୈଳବାଳାର ଦ୍ବିତୀୟ କ୍ୟାମ୍ପସ୍ ପାଇଁ ସହର ମଧ୍ୟରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୩ଟି ସ୍ଥାନ ଦେଖାଯିବା ସହ ସେଥିରୁ ଗୋଟିଏକୁ ବଛାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜିର ବୈଠକରେ ଜିଲ୍ଲାପାଳଙ୍କ ସହିତ କଲେଜର ଅଧ୍ୟକ୍ଷ, ଦୁଇ ଜଣ ଅଧ୍ୟାପକ, ୫ଜଣ ଛାତ୍ରୀ, ପୁରାତନ ଛାତ୍ରୀ ସଂଘର ସଦସ୍ୟଙ୍କ ସହିତ ବିଜେପିର ଜିଲ୍ଲା ସଭାପତି ସୁକାନ୍ତ ବିଶ୍ବାଳ, ବିଜେପି ନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ଅନୁପସ୍ଥିତି ଏବଂ ରାଜନୈତିକ ଦଳର ସଦସ୍ୟ ବସିବାକୁ ନେଇ ପୁରାତନ ଛାତ୍ରୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ
ଅନ୍ୟପଟେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡକ୍ଟର ସତ୍ୟକାମ ମିଶ୍ର ଓ ପ୍ରଫେସର ମଳୟ କୁମାର ମହାନ୍ତି କହିଛନ୍ତି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରି ରାଜ୍ୟର ବହୁ ବିଶ୍ବବିଦ୍ୟାଳୟ ଯେଉଁ ଜମି ଉପରେ ଛିଡ଼ା ହୋଇଛି ତାହା ସେହି ଅନୁଷ୍ଠାନ ନାମରେ ନାହିଁ। ତେବେ ସେମାନଙ୍କୁ କିପରି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲା ବୋଲି ପ୍ରଶ୍ନ କରିବା ସହିତ ବିଶ୍ବବିଦ୍ୟାଳୟ ଘୋଷଣା ପାଇଁ ଶୈଳବାଳା ମହିଳା କଲେଜର ସମସ୍ତ ଯୋଗ୍ୟତା ଥିବାରୁ ସରକାର ବିଳମ୍ବ ନ କରି ଏହାକୁ ତୁରନ୍ତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/25/fhsfhhfsvxbvb-2026-02-25-01-31-16.jpg)