ବ୍ୟାସସରୋବରରେ ୨ କୋଟିରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Advertisment
ବ୍ୟାସସରୋବରରେ ୨ କୋଟିରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Wikimedia Commons

ବ୍ୟାସନଗର: ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରଠାରେ ୫୧ ଏକର ପରିମିତ ଜମିରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ମନ୍ଦିର ନିର୍ମାଣ ପାଇଁ ଆଜି ମଧ୍ୟାହ୍ନରେ ଜଗନ୍ନାଥ ପୀଠରେ କାଉନସିଲର ଅଶୋକ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଅଶୋକ ବଳ ଯୋଗଦେଇ ମନ୍ଦିର ନିର୍ମାଣ ସ୍ଵାଗତ କରିବା ସହ ୧୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯୁବ ଶିଳ୍ପ‌ୋଦ୍ୟୋଗୀ ରାକେଶ ରାଉତ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଏହି ବୈଠକରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ, ସମାଜସେବୀ ନରେଶ ମସ୍କୋରା, ବଡ଼ପଣ୍ଡା ପୀତବାସ ପତି, କାଉନସିଲର ପାର୍ଥ ସାରଥି ନାୟକ, ରବୀନ୍ଦ୍ର ରାଉତ, ଦିଲୀପ ସେଠୀ, ମଣୀନ୍ଦ୍ର କୁମାର ସାହୁ, ସିଦ୍ଧାର୍ଥ ସାମଲ, ଟୁନିଆ ନାୟକ, ବୁଦୁନି ଦରାଇ, ସନ୍ତୋଷ ବରାଳ, ସରୋଜିନୀ ସେଠୀ, କୁନି ହାଁସଦା, କାଉନସିଲର ପ୍ରତିନିଧି ବିକାଶ ଆଏଚ, ପ୍ରଭାତ କୁମାର ସାହୁ, କମିଟି ସଭ୍ୟ ରଶ୍ମି ରଞ୍ଜନ ବିଶ୍ଵାଳ, ନାରାୟଣ ଚନ୍ଦ୍ର ରାଉତ, ରଘୁନାଥ ରାଉତ, ବିଶ୍ଵମ୍ଭର ରାଉତ, ଅଇଁଠୁ ସାମଲ, ନିରଞ୍ଜନ ରାଉତ, ଅମୂଲ୍ୟ ନାୟକ, ପ୍ରଦ୍ୟୁମ୍ନ ବୋଇତାଇ, ଅଭିରାମ ଦାସ, ପ୍ରଶାନ୍ତ କୁମାର ପାତ୍ର, ପଦ୍ମନାଭ ରାଉତ, ସଙ୍କର୍ଷଣ ପରିଡ଼ା, କାଳନ୍ଦୀ ବାରିକ, ଅଚ୍ୟୁତାନନ୍ଦ ସାହୁ, ରମେଶ ଦାସ, ଅମୂଲ୍ୟ ରାଉତ, ଚକ୍ରଧର ସାହୁ, ଆର୍ତ୍ତତ୍ରାଣ ପୃଷ୍ଟି, ତ୍ରିଲୋଚନ ବାରିକଙ୍କ ସମେତ ବହୁ ସଭ୍ୟ ଯୋଗଦେଇଥିଲେ। ରଥଯାତ୍ରା ଉତ୍ସବ ପରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଗୃହକୁ ଜଗନ୍ନାଥ ପ୍ରବେଶ କରିବେ। ପରେ ପୁରୁଣା ଗୃହକୁ ଭାଙ୍ଗି ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe