ଜଳେଶ୍ବର ଡେଭଲପମେଣ୍ଟ କମିଟି ପକ୍ଷରୁ ରେଳରୋକ ୧୬ରେ

Advertisment
ଜଳେଶ୍ବର ଡେଭଲପମେଣ୍ଟ କମିଟି ପକ୍ଷରୁ ରେଳରୋକ ୧୬ରେ

ଜଳେଶ୍ବର: ରେଳ ବିଭାଗର ଜଳେଶ୍ବର ଅଞ୍ଚଳବାସୀଙ୍କ ପ୍ରତି ଏପରି ଦାୟିତ୍ବହୀନ ଆଭିମୁଖ୍ୟ ବିରୋଧରେ ଜଳେଶ୍ବର ଡେଭ୍‌ଲପ୍‌ମେଣ୍ଟ କମିଟି ତରଫରୁ ଆସନ୍ତା ୧୬ ତାରିଖରେ ଏକ ୧୨ ଘଣ୍ଟିଆ ରେଳରୋକ ଅନୁଷ୍ଠିତ ହେବ । ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ସ୍ତମ୍ଭକାର ସୁଦର୍ଶନ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ଦାସ ଅଭିଯୋଗ କରିଛନ୍ତି, କୋଭିଡ୍ ପରେ ରେଳଯାତ୍ରୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀଭଡ଼ା ଦୁଇଗୁଣା ଆଦାୟ ହେଉଛି। କୋଭିଡ୍ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥରେ ଚଳାଚଳ କରୁଥିବା ବହୁ ଟ୍ରେନ୍‌ ବାତିଲ ହୋଇଯାଇଛି।

ଏବେ କୋଭିଡ୍ କଟକଣା କେହଳ ହେବାପରେ ମଧ୍ୟ ସେ ସବୁ ଟ୍ରେନ୍‌ ଚଳାଚଳ ପାଇଁ ବାରମ୍ବାର ଦାବି ହେଉଥିଲେ ବି ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଏସବୁ ସମସ୍ୟା ନେଇ ରେଳମନ୍ତ୍ରୀ, ଜିଏମ୍‌, ଡିଆର୍‌ଏମ୍‌ଙ୍କ ନିକଟରେ ଜଳେଶ୍ବର ଡେଭଲପମେଣ୍ଟ କମିଟି, ରେଳ ୟୁଜର୍ସ କମିଟି, ବିଭିନ୍ନ ଗଣସଙ୍ଗଠନ, ରାଜନୈତିକ ଦଳ ତରଫରୁ ବାରମ୍ବାର ଦାବି କରା ଯାଉଥିଲେ ମଧ୍ୟ ଫଳ ଶୂନ । ଏହାର ପ୍ରତିବାଦରେ ରେଳରୋକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବାମପନ୍ଥୀ ନେତା ଦିଲ୍ଲୀପ ଗିରି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe