କୁଚିପାଲି ପ୍ରସିଦ୍ଧ ଯୁଗାର ଯାତ୍ରା ସମ୍ପନ୍ନ       

Advertisment
କୁଚିପାଲି ପ୍ରସିଦ୍ଧ ଯୁଗାର ଯାତ୍ରା ସମ୍ପନ୍ନ       

OdishaPlus

ବରଗଡ଼: ଈଶ୍ବର ବିଶ୍ବାସ ସାଙ୍ଗକୁ ଜୀବେଦୟା ଏବଂ ମାନବିକତାର ଜୟଗାନ କରି ଧର୍ମୀୟ ସଦ୍‌ଭାବନା, ହିନ୍ଦୁ-ମୁସଲିମ ଭାଇଚାରା ଓ ସାଂସ୍କୃତିକ ଚେତନାର ବାର୍ତ୍ତା ପ୍ରେରଣ କରୁଥିବା କୁଚିପାଲି ପ୍ରସିଦ୍ଧ ଜୁଗାର ଯାତ୍ରା ସଂପନ୍ନ ହୋଇଛି। ପଶୁବଳୀ ବଦଳରେ ହେଉଥିବା ଜୁଗାର ଯାତ୍ରା କେବଳ ଧମାର୍ନ୍ଧ ଲୋକଙ୍କ ପାଇଁ ନୁହେଁ, ବରଂ ଏହା ହିନ୍ଦୁ-ମୁସଲିମ ସଂପ୍ରଦାୟ ମଧ୍ୟରେ ସଦ୍‌ଭାବ ଓ ଏକତାର ବାର୍ତା ବହନ କରି ଆସୁଛି। ଚଳିତ ବର୍ଷ ବିଭିନ୍ନ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ୧୦୦୦ରୁ ଊର୍ଦ୍ଧ୍ବ ମାନସିକ ଜୁଗାର ଏକତ୍ରିତ ହୋଇ ଅପରାହ୍ନରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ମାଁ କାଳୀଙ୍କ ପାଖରେ ଭୋଗ ଲାଗିଥିଲା।

ଶୋଭାଯାତ୍ରାରେ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ପ୍ରଦତ୍ତ ଜୁଗାର ସ୍ଥାନ ପାଇଥିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲା ସାଙ୍ଗକୁ ବାଙ୍ଗାଲୁରୁ, ପଂଜାବ, ଛତିଶଗଡ଼ ଆଦି ରାଜ୍ୟରୁ ଆସିଥିବା ଭକ୍ତଙ୍କ ମାନସିକ ଜୁଗାର ମାଁଙ୍କଠାରେ ଭୋଗ ଲାଗିଥିଲା। ୨୧ ଖଣ୍ତି ଧାନର ଖଇରେ ପ୍ରସ୍ତୁତ ଭକ୍ତି ଜୁଗାର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ପାରମ୍ପରିକ କଳଙ୍ଗୀନାଚ, ନମଃ ଗୁରୁ, ଘଂଟ ବାଦ୍ୟ, ଦୁଲଦୁଲି, ଗୈାରବାଡି ସମେତ ବହୁ ଲୁପ୍ତପ୍ରାୟ ଲୋକନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରା ପ୍ରଥମେ ସ୍ବର୍ଗତ ଶ୍ରୀବତ୍ସ ସା’ଙ୍କ ଘରୁ ବାହାରି ଥିବା ପାରମ୍ପରିକ ମୁଖ୍ୟ ଜୁଗାର ଶୋଭା ପାଇଥିଲା। ଅତିଥି ଭାବେ ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ବିଧାୟକ ରଫିକ ମହମ୍ମଦ, ବିଜେପି ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୂଜା କମିଟି କର୍ମକର୍ତ୍ତା ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe