କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ୨ବର୍ଷ କାରାଦଣ୍ଡ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଜୟପୁର : ପୋଖରୀ ଖୋଳା କାମରେ ମିଳିଥିବା ଚେକ୍‌କୁ ଟ୍ୟାମ୍ପରିଂ କରି ସରକାରୀ ଅର୍ଥ ଚଳୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା। ଦୁଇ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୩ଟି ଦଫାରେ ୧୦ ହଜାର ଲେଖାଏଁ ମୋଟ ୩୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ତତ୍କାଳୀନ ବିଡିଓଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୦୯ ମସିହାରେ ବନ୍ଧୁଗାଁ ବ୍ଲକରେ ଗୋଟିଏ ପୋଖରୀ ଖନନ କାମ ହୋଇଥିଲା। ଏହି କାମ ବାବଦକୁ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେଉରାଙ୍କ ନାଁରେ ଏକ ଚେକ୍ ତତ୍କାଳୀନ ବନ୍ଧୁଗାଁ ବ୍ଲକର ବରିଷ୍ଠ କିରାଣୀ ତଥା କ୍ୟାସିୟର ଗୋପିନାଥ ମଲ୍ଲିକ ପ୍ରଦାନ କରିଥିଲେ। ଏହି ଚେକ୍‌ରେ ଏକ ଲକ୍ଷ ୮ହଜାର ଟଙ୍କା ଲେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଟ୍ୟାମ୍ପରିଂ କରି ଏକ ଲକ୍ଷ ୯୮ହଜାର ଟଙ୍କା କରି ଟଙ୍କା ଉଠାଯାଇଥିଲା। କିଛି ଦିନ ପରେ ଏହା ଜଣାପଡ଼ିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଦଫା ୧୩(୨), ଆର/ଡବ୍ଲୁ ୧୩(୧)(ସି) ପିସି ଆକ୍ଟ ୧୯୮୮ ସହ ଆଇପିସି ୪୦୯/୧୨୦-ବିରେ ଏକ ମାମଲା ରୁଜୁ ହୋଇଥିଲା। ମାମଲା ଗତ ୧୩ବର୍ଷ ହେବ ବିଚାରାଧୀନ ରହିଥିବା ବେଳେ ଆଜି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଫା‌ରେ ଅଭିଯୁକ୍ତ ଦୁହେଁଙ୍କୁ ୨ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜଣକ ପିଛା ମୋଟ ଜରିମାନା ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିର୍ଦେଶ ରହିଛି। ଜରିମାନା ଅନାଦେୟରେ ୩ମାସ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ଏମ୍. ବାଲାଜୀ ରାଓ ପରିଚାଳାନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe