123rf.com
ତେଲକୋଇ:କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଗିଡ଼ା ପଞ୍ଚାୟତ ଅନ୍ତର୍ଗତ କାଳିମା ମୁଣ୍ଡାସାହିରେ ଗତକାଲି ରାତିରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର କମଳ କାରୁଆଙ୍କ ପୁଅ ଭଗବାନ କାରୁଆ (୭)। ଭଗବାନ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ସାପ ତାଙ୍କ କାନକୁ କାମୁଡ଼ି ଦେଇଥିଲା।
ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତେଲକୋଇ ଥାନାରେ କେସ୍ ନମ୍ବର ୧୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us