ରଥ ଚକରେ ଚାପି ହୋଇ ନାବାଳକ ଗୁରୁତର

Advertisment
ରଥ ଚକରେ ଚାପି ହୋଇ ନାବାଳକ ଗୁରୁତର

Wikimedia Commons

ଧର୍ମଗଡ଼: କଳହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଚକରେ ପଡ଼ିଯାଇ ଜଣେ ନାବାଳକଙ୍କ ହାତ ଦଳି ହୋଇ ହୋଇଯାଇଛି।  ନାବାଳକ ଜଣକ ଜୟପାଟଣା ବ୍ଲକ୍‌ ଆମଜୋର ଗ୍ରାମର ଘନଶ୍ୟାମ ଦୁର୍ଗା (୧୨) ବୋଲି ଜଣାପଡ଼ିଛି। ଘନଶ୍ୟାମ ମାଆଙ୍କ ସହ ରଥଯାତ୍ରା ଦେଖି ଆସିଥିବା ସମୟରେ ଏହି ଅଘଟଣ ଘଟିଯାଇଛି। ଦୁଇ ଜଣ ସ୍କାଉଟ୍‌ ଛାତ୍ରମାନଙ୍କ ସହଯୋଗରେ ଘନଶ୍ୟାମଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ।

ଅବସ୍ଥା ଗୁରୁତର ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି ଡାକ୍ତରଖାନାରେ ପହଞ୍ଚି ନାବାଳକଙ୍କ ଉପଯୁକ୍ତ ଚିକିତ୍ସା ଲାଗି ଧର୍ମଗଡ଼ ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe