କମାପଲ୍ଲୀ ଓଭର୍‌ବ୍ରିଜ୍‌ ଫାଟି ଆଁ.. ଦୁର୍ଘଟଣାକୁ ଦେଖାଉଛି ବାଟ

Advertisment
କମାପଲ୍ଲୀ ଓଭର୍‌ବ୍ରିଜ୍‌ ଫାଟି ଆଁ.. ଦୁର୍ଘଟଣାକୁ ଦେଖାଉଛି ବାଟ

ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଜାତୀୟ ରାଜପଥ-୧୬କୁ ଯିବା ପାଇଁ କମାପଲ୍ଲୀ ଓଭର୍‌ବ୍ରିଜ୍‌ ହେଉଛି ଏକ ସହଜ ଓ ସୁବିଧା ରାସ୍ତା। ଏହି ବ୍ରିଜ୍‌ ଦେଇ ଅଧିକା˚ଶ ଲୋକ ଯିବା ଆସିବା କରୁଥିବା ବେଳେ ବସ୍‌, ଟ୍ରକ୍‌ ମଧ୍ୟ ଯାତାୟାତ କରିଥାନ୍ତି। ଏବେ ଏହି ବ୍ରିଜ୍‌ ଲୋକଙ୍କ ପାଇଁ ଏକ ଅଜଣା ବିପଦର କାରଣ ସାଜିଛି। ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଖାଲ ସୃଷ୍ଟି ହୋଇଥିବା ବେଳେ ପିଚୁ ଉଠି ଯାଇଛି। ବ୍ରିଜ୍‌ ମଝିରେ ଏକ ବଡ଼ ଖାଲ ହୋଇ ଆଁ.. ହୋଇ ରହିଛି। ସେହି ଖାଲରେ ଭାରୀଯାନ ଚକ ପଡ଼ିଲେ ଖାଲ ବଢ଼ି ବଢ଼ି ଚାଲିଛି। ଏହି ଖାଲ ଏବେ ଦୁର୍ଘଟଣାକୁ ବାଟ ଦେଖାଉଥିବା ଭଳି ମନେ ହେଉଛି। ବର୍ତ୍ତମାନ ଯେଉଁ ସ୍ଥାନରେ ଖାଲ ସୃଷ୍ଟି ହୋଇଛି ତା'ର ନିକଟରେ ପୂର୍ବରୁ ଏକ ଖାଲ ହୋଇଥିଲା। ତାହା ମରାମତି କରାଯାଇଛି। କିନ୍ତୁ ପୁଣିଥରେ ସେଠାରେ ଏକ ଖାଲ ସୃଷ୍ଟି ହେଲାଣି। ଦୀର୍ଘଦିନ ହେଲା ବ୍ରିଜ୍‌ ଉପରେ ଏକ ଖାଲ ସୃଷ୍ଟି ହୋଇଥିବା ବେଳେ ମରାମତି କରାଯାଉ ନାହିଁ। ଲୋକଙ୍କ ସୁବିଧା ପାଇଁ ତୁରନ୍ତ ତାହା ମରାମତି କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।

publive-image

ସହରବାସୀଙ୍କ ସୁବିଧା ପାଇଁ ବ୍ରହ୍ମପୁର ସହରରେ ୫ଟି ରେଲୱେ ଓଭର‌୍‌ ବ୍ରିଜ୍‌ (ଆର‌୍‌ଓବି) ତିଆରି କରାଯାଇଛି। ଗତ କିଛିଦିନ ତଳେ ଇ˚ଜିନିୟରି˚ ସ୍କୁଲ ଛକ ଆର‌୍‌ଓବି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମେ କମାପଲ୍ଲୀ ଓଭର‌୍‌ ବ୍ରିଜ୍‌ ଉଦ୍‌ଘାଟିତ ହୋଇଥିଲା। ଏହାପରେ ହଳଦିଆପଦର, ଗୁଡ୍‌ସ୍‌ସେଡ୍‌ ରୋଡ଼ ଏବ˚ ଗୋପାଳପୁର ଜଙ୍କସନ୍‌ ଓଭର‌୍‌ବ୍ରିଜ୍‌ ଉଦ୍‌ଘାଟିତ ହୋଇଛି। ଆନ୍ଧ୍ର ଓ ଭୁବନେଶ୍ବର ପଟେ ଯିବା ପାଇଁ କମାପଲ୍ଲୀ ଓଭର‌୍‌ବ୍ରିଜ୍‌ ଏବେ ସୁବିଧାଜନକ ରାସ୍ତା ହୋଇଛି। ହଳଦିଆପଦର ଓଭର‌୍‌ ବ୍ରିଜ୍‌ରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୋକେ ସେହି ରାସ୍ତା ଦେଇ ଯିବାକୁ ପସନ୍ଦ କରୁ ନାହାନ୍ତି। କେବଳ ଟ୍ରକ୍‌ଗୁଡ଼ିକ ସେହି ରାସ୍ତା ଦେଇ ସହରରେ ପ୍ରବେଶ କରୁଛି। କମାପଲ୍ଲୀ ଓଭର୍‌ବ୍ରିଜ୍‌ ଦେଇ ଅଧିକା˚ଶ ଲୋକେ ଛତ୍ରପୁର, ଗୋପାଳପୁର, ଭୁବନେଶ୍ବର, ଗୋଳନ୍ଥରା ଓ ଆନ୍ଧ୍ରପଟେ ଯାଉଛନ୍ତି। ରାତିରେ ବଡ଼ ବଜାରକୁ ବିଭିନ୍ନ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ଗୁଡ଼ିକ ମଧୢ ଯାତାୟାତ କରୁଛି। ଏହି ବ୍ରିଜ୍‌ ଦେଇ ଅଧିକା˚ଶ ସମୟରେ ଯାନବାହାନ ଚଳାଚଳ କରୁଛି। ଫଳରେ ବ୍ରିଜ୍‌ ରାସ୍ତା ଧୀରେ ଧୀରେ ଖରାପ୍‌ ହେବାକୁ ଲାଗିଲାଣି। ଗତ କିଛି ମାସ ହେଲା ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ପିଚୁ ଉଠି ଛୋଟ ଛୋଟ ଖାଲ ସୃଷ୍ଟି ହୋଇଛି। ଏବେ ବ୍ରିଜ୍‌ର ମଧୢଭାଗରେ ଏକ ବଡ଼ ଖାଲ ସୃଷ୍ଟି ହୋଇଛି। ଲାଞ୍ଜିପଲ୍ଲୀ ପଟୁ ଆସୁଥିବା ଚାଳକଙ୍କୁ ସେହି ଖାଲ ଦେଖାଯାଉ ନାହିଁ। ଫଳରେ ବିଭିନ୍ନ ସମୟରେ ଗାଡ଼ି ଚାଳକ ଖାଲରେ ପଡ଼ୁଛନ୍ତି। ରାତିରେ ଆହୁରି ସମସ୍ୟା ହେଉଛି। ବ୍ରିଜ୍‌ରେ ଆଲୋକ ବ୍ୟବସ୍ଥା ଥିଲେ ସୁଦ୍ଧା ଖାଲ ଦେଖାଯାଉ ନାହିଁ।

ସେହିପରି ବ୍ରିଜ୍‌ର ବିଭିନ୍ନ ସ˚ଯୋଗ ଅ˚ଶରେ ଫାଙ୍କ ସୃଷ୍ଟି ହୋଇଛି। ଧୀରେ ଧୀରେ ଫାଙ୍କ ବଢ଼ୁଥିବାରୁ ତାହା ମଧୢ ଦୁର୍ଘଟଣାର କାରଣ ସାଜିଛି। ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖାଲ ଓ ସ˚ଯୋଗ ସ୍ଥାନରେ ସୃଷ୍ଟି ହୋଇଥିବା ଫାଙ୍କ ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe