ଅବହେଳିତ ଅବସ୍ଥାରେ କପିଳାସ ପୀଠ: କାମରେ ଆସୁନି ଶୌଚାଳୟ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ

ଅବହେଳିତ ଅବସ୍ଥାରେ କପିଳାସ ପୀଠ: କାମରେ ଆସୁନି ଶୌଚାଳୟ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ

ଗଁଦିଆ : ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସଠାରେ ବାବା ଚନ୍ଦ୍ରଶେଖର ପୂଜା ପାଉଛନ୍ତି। ଉକ୍ତ ବିଶ୍ୱପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ଅଳିଆ ଆବର୍ଜନା ଏଣେତେଣେ ପଡ଼ିଥିବା ଦେଖାଯାଉଛି। ଦେବୋତ୍ତର ବିଭାଗ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ନିମନ୍ତେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଦ୍ୱାର ନିର୍ମାଣ କରାଯାଇଥିଲା। ହେଲେ ଦେବୋତ୍ତର ବିଭାଗ ପକ୍ଷରୁ ସେଥିରେ ତାଲା ପକାଇ ଦିଆଯାଇଛି। ଉକ୍ତ ଶୌଚାଳୟରେ ସେହିଦିନଠାରୁ ତାଲା ଝୁଲୁଛି।

ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଭକ୍ତ ଆସୁଥିବା ବେଳେ ପର୍ବ ପର୍ବାଣିରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମ ହୋଇଥାଏ। ସେହି ସମୟରେ ଭକ୍ତମାନେ ଶୌଚପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାହା ପାଇଁ ଉକ୍ତ ଶୌଚାଳୟ ନିର୍ମାଣ କରାଯାଇଛି ସେ ନେଇ ସାଧାରଣରେ ପ୍ରଶ୍ବବାଚୀ ସୃ‌ଷ୍ଟି ହୋଇଛି। ଦୀର୍ଘଦିନ ଧରି ଶୌଚାଳୟ ବନ୍ଦ ରହିବା ଫଳରେ ସେଠାରେ ଲତା ସବୁ ଉଠି ଶୌଚାଳୟଟି ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଏହା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି।ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe