କେନ୍ଦୁପତ୍ର ଫଡ଼ିଗୃହ ଜଳିଗଲା

କେନ୍ଦୁପତ୍ର ଫଡ଼ିଗୃହ ଜଳିଗଲା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ୍‌ ଟଣ ଗ୍ରାମରେ ଥିବା କେନ୍ଦୁପତ୍ର ଫଡ଼ି ଘର ଜଳି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ଫଡ଼ି ଘର ଜଳୁଥିବା ଦେଖି ଗ୍ରାମବାସୀ ମୁନ୍‌ସିକୁ ଖବର ଦେଇଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଡ଼ି ଘର ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳିଯାଇଛି।

ଗତକାଲି ବିଳମ୍ବିତ ରାତିରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବଜ୍ରପାତ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହୋଇଥିବା ଅନୁମାନ କରାଯାଉଛି। ଏନେଇ ତେଲକୋଇ ରେଞ୍ଜର ଗିରିଜା ଶଙ୍କର ମିଶ୍ରଙ୍କୁ ପଚାରିବାରୁ, କେଉଁ କାରଣରୁ ନିଆଁ ଲାଗିଲା ଜଣାପଡି ନାହିଁ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe