ହତ୍ୟାକାରୀ ମା’କୁ ଆଜୀବନ କାରାଦଣ୍ଡ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ପଦ୍ମପୁର: ପ୍ରାୟ ୫ବର୍ଷ ତଳେ ଘଟିଥିବା ଏକ ଶିଶୁକନ୍ୟା ହତ୍ୟା ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତ ମା’କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୦୧୭ ମସିହା ଜୁନ୍‌ ୧୧ ତାରିଖ ରାତ୍ରିଭୋଜନ ସାରି ପାଇକମାଲ ଥାନା ଗୌରଜୁରୀ ଗ୍ରାମର କୁଳଧର ବରିହା ନିଜ ୩ ବର୍ଷର ଶିଶୁକନ୍ୟା ପିଙ୍କିକୁ ଧରି ଶୋଇଥିଲା। ଭୋକ ହେବାରୁ ସ୍ତନ୍ୟପାନ ପାଇଁ ଝିଅଟି କାନ୍ଦିଥିଲା। ତେଣୁ କୁଳଧର ସ୍ତ୍ରୀ ସୁଷମା ପାଖରେ ଝିଅକୁ ରଖି ପାଖ ଖଟରେ ଶୋଇଥିଲେ। କିଛି ସମୟ ପରେ ଏକ ଜୋର୍‌ ଶବ୍ଦ ଶୁଣି କୁଳଧର ଉଠିଥିଲେ।

ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ରହିଥିଲା। ସ୍ତ୍ରୀ ସୁଷମା ହାତରେ ଏକ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲା। କୁଳଧର ଚିତ୍କାର କରିବାରୁ ପରିବାରର ଅନ୍ୟ ସଦସ୍ୟ ଓ ପଡ଼ିଶା ଲୋକ ପହଞ୍ଚିଥିଲେ। ପୁଲିସ୍‌ ସୁଷମା ବିରୋଧରେ ମାମଲା ରୁଜୁ କରିଥିଲା। ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅରବିନ୍ଦ ରଥ ମୋଟ ୧୪ ଜଣ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ୫ ହଜାର ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜନୀକାନ୍ତ ଦାଶ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe