ଭୁଶୁଡ଼ିବ ଗୋପ ଅଞ୍ଚଳର ଜୀବନରେଖା କୁଶଭଦ୍ରା ସେତୁ!

Advertisment

ଭାଙ୍ଗିଲାଣି ସୁରକ୍ଷା ବାଡ଼, ସେତୁରେ ଉଠିଲାଣି ଗଛ।

ଭାଙ୍ଗିଲାଣି ସୁରକ୍ଷା ବାଡ଼, ସେତୁରେ ଉଠିଲାଣି ଗଛ।

ଭୁଶୁଡ଼ିବ ଗୋପ ଅଞ୍ଚଳର ଜୀବନରେଖା କୁଶଭଦ୍ରା ସେତୁ!

ଗୋପ : ଗୋପ ଅଞ୍ଚଳର ଜୀବନରେଖା କୁଶଭଦ୍ରା ସେତୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଆବଶ୍ୟକ ମରାମତି କରା ନଗଲେ ଏହା କେବେ ଭୁଶୁଡ଼ି ପଡ଼ିବ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁର ସୁରକ୍ଷା ବାଡ଼ ଭାଙ୍ଗିଗଲାଣି। ସେତୁ ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୃଷ୍ଟିହେଲାଣି ବିରାଟ ଖାଲ। ପାର୍ଶ୍ବରେ ବରଗଛଠାରୁ ଆରମ୍ଭ କରି ଅଶ୍ବତ୍‌ଥ ଗଛ ଉଠି ସେତୁରେ ଛିଦ୍ର ସୃଷ୍ଟି କରି ନିଜର କାୟା ବିସ୍ତାର କରି ଚାଲିଛନ୍ତି। ପୁରୁଣା ସେତୁ ଓ ସଂପ୍ରସାରଣ ସେତୁ ମଧ୍ୟରେ ଛିଡ଼ା ହୋଇଥିବା ପାହାଡ଼ ଭଳି ଏକ ମାଟି ରାସ୍ତା ଦୁଇଟି ସେତୁକୁ ସଂଯୋଗ କରୁଛି। ତାହା ଉପରେ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା ସେହି ସ୍ଥାନ ଏବେ ବିପଦର କାରଣ ସାଜିଛି। ସେତୁ ଉପରେ ଆଣ୍ଠୁଏ ପାଣି ଜମି ରହି ଦୁର୍ଘଟଣାର କାରଣ ପାଲଟିଛି।

publive-image

ସଂପ୍ରସାରଣ ସେତୁର ଆରମ୍ଭରୁ କଂକ୍ରିଟ୍ ଢଳେଇ ଭାଙ୍ଗି ସେଠାରେ ରଡ୍ ଉପରକୁ ବାହାରି ସାରିଛି। ସେହିଠାରେ ଗତ ବର୍ଷ ସଂଯୋଗ କରୁଥିବା ରାସ୍ତା ତଳୁ ମାଟି ଧୋଇ ଯାଇ କଂକ୍ରିଟ୍ ରାସ୍ତା ଭୁଶୁଡ଼ି ପଡିଥିଲା। ସେତୁର ଖୁମ୍ବ ନିକଟରୁ ବାଲି ଅପସରି ଯିବାରୁ ଏହାର ଖୁମ୍ବ ଗୁଡିକ ମଧ୍ୟ ଦୂର୍ବଳ ହେବାରେ ଲାଗିଛି। ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଗୋପ ଅଞ୍ଚଳର ଜୀବନରେଖା ତଥା କୁଶଭଦ୍ରା ସେତୁର ମରାମତି କରା ନଯାଏ ତେବେ ଆଗାମୀ ଦିନରେ ସେତୁ ଭୁଶୁଡିବା ଥୟ। ଦୀର୍ଘ ପ୍ରାୟ ୩୦ ବର୍ଷରୁ ଅଧିକ ହେବ ନିର୍ମିତ ହୋଇଥିବା ଏହି ସେତୁ ଏବେ ବିପଦରେ। ମାତ୍ର ଏହି ସେତୁ ଉପରେ କିଭଳି ବିଭାଗର ନଜର ପଡୁନି ନା ବିଭାଗର ଅଧିକାରୀମାନେ ଏହାକୁ ଦେଖି ନିରବ ଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଏହି ରାସ୍ତାଟି ଶ୍ରୀକ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ କଟକ, ନିଆଳି, ଚାରିଛକ, ଭୁବନେଶ୍ବର, କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ଅଂଚଳରୁ ଯାତାୟାତ କରିଥାନ୍ତି। ଏପରିକି ଏହି ସେତୁ ଉପରେ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତର ଲକ୍ଷ ଲକ୍ଷ ଲୋକ ଯାତାୟାତ ନିମନ୍ତେ ମଧ୍ୟ ନିର୍ଭର ରିଥାନ୍ତି। ହେଲେ ଗୋଟିଏ ପଟେ ଏହି ସେତୁ ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିବାବେଳେ ଅନ୍ୟପଟେ ଏହି ସେତୁ ଉପରେ ପ୍ରତ୍ୟହ ଏକାଧିକ ମାଲବୋଝେଇ ଭାରୀ ଯାନ ଦିନ ଦିନ ଧରି ଛିଡା ହଉଥିବାରୁ ଏହା ଆହୁରି ବିପଦକୁ ନିମନ୍ତ୍ରଣ କରୁଛି। ତୁରନ୍ତ ଏହି ସେତୁର ମରାମତି ତଥା ସ୍ଥାୟିତ୍ବ ଦିଗରେ ଧ୍ୟାନ ଦେବାକୁ ଦାବି କରିଛନ୍ତି ଗୋପ ବ୍ଲକ୍‌ ଦୁର୍ନୀତି ନିବାରଣ ମଞ୍ଚ। ଏ ନେଇ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ଦଣ୍ଡପାଟ କହିଛନ୍ତି ଯେ ଶୀଘ୍ର ଏହାର ମରାମତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe