ବୌଦ୍ଧ ଡିଏଲ୍‌ଓ ଅଫିସରେ ଶ୍ରମିକ ପଞ୍ଜୀକରଣ ରାକେଟ ସକ୍ରିୟ

Advertisment

ଡିଏଲ୍‌ଓଙ୍କୁ ଅଟକ ରଖିଛନ୍ତି ଟ୍ରେଡ୍‌ ୟୁନିଅନ ନେତା

ଡିଏଲ୍‌ଓଙ୍କୁ ଅଟକ ରଖିଛନ୍ତି ଟ୍ରେଡ୍‌ ୟୁନିଅନ ନେତା

ବୌଦ୍ଧ ଡିଏଲ୍‌ଓ ଅଫିସରେ ଶ୍ରମିକ ପଞ୍ଜୀକରଣ ରାକେଟ ସକ୍ରିୟ

ବୌଦ୍ଧ: ବୌଦ୍ଧ ଡିଏଲ୍‌ଓ ଅଫିସ୍‌ରେ ଜଣେ ବାହାର ଯୁବକଙ୍କୁ ନିୟୋଜନ କରି ଅନ୍ୟ ଜିଲ୍ଲାର ଶ୍ରମିକଙ୍କ ଅନ୍‌ଲାଇନ ପଞ୍ଜୀକରଣ ବେଳେ ଟ୍ରେଡ୍‌ ୟୁନିଅନ୍‌ର ନେତାମାନେ ଧରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଟ୍ରେଡ୍‌ ୟୁନିଅନ୍‌ର ନେତାମ‌ାନେ ଡିଏଲ୍‌ଓଙ୍କୁ ତାଙ୍କ ଅଫିସ୍‌ରେ ଅଟକ ରଖିଥିବା ଜଣାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ୧୨.୩୦ମି.ରେ କିଛି ସଂଗଠନର କର୍ମକର୍ତ୍ତା ଡିଏଲଓ ଅଫିସ୍‌କୁ ଆସିଥିଲେ। ଡିଏଲଓ ପ୍ରସନ୍ନ ପ୍ରଧାନ ଅନୁପସ୍ଥିତ ଥିବା ବେଳେ ତାଙ୍କ ଟେବୁଲର ସମ୍ମୁଖରେ ଅନୁଗୁଳ ଜିଲ୍ଲାର ଶ୍ରମିକଙ୍କ ଡାଟା ଅପଲୋଡ ଚାଲିଥିଲା। କାରଣ ପଚାରିବାରେ ଯୁବକ ଜଣକ ଚପଲ ଛାଡ଼ି ଦୌଡ଼ି ପଳାଇଥିଲେ। ଏଆଇଟିୟୁସି ଜିଲ୍ଲା ସଂପାଦକ ଅବକାଶ ସାହୁ ଫୋନ କରିବା ପରେ ଡିଏଲ୍‌ଓ ଅଫିସକୁ ଆସିଥିଲେ। ବୌଦ୍ଧ ଜିଲ୍ଲାର ଶ୍ରମିକଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରି ଅନୁଗୁଳ ଜିଲ୍ଲାର ଶ୍ରମିକଙ୍କ ପଞ୍ଜୀକରଣ କେଉଁ ସ୍ବାର୍ଥରେ କରାଯାଉଛି ବୋଲି ପ୍ରଶ୍ନ କରି ଶ୍ରୀ ସାହୁଙ୍କ ସହ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ଲୋକନାଥ ଶତପଥୀ, ହିନ୍ଦ ମଜଦୁର ସଂଘର ଜିଲ୍ଲା ସଂପାଦକ ଅର୍ଜୁନ ରଣା, ବୌଦ୍ଧ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସଂପାଦକ ସଂପାଦକ ଦିଲ୍ଲୀପ ବସ୍ତିଆ, ଜିଲ୍ଲା ଗ୍ରାମୀଣ ନିର୍ମାଣ ଶ୍ରମିକ ସଂଘର ସଂପାଦିକା ରୀନା ଗିରି ଓ ମା’ ଦୁର୍ଗା ନିର୍ମାଣ ଶ୍ରମିକ ସଂଘର ସଭାପତି ଅନୀଲ ବେହେରା ଡିଏଲ୍‌ଓଙ୍କୁ ଅଟକ ରଖିଥିଲେ। ରାଜ୍ୟ ଶ୍ରମ କମିସନରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡିଏଲଓଙ୍କୁ ମେଲ୍‌ କରିବା ପାଇଁ ପ୍ରଦାନ କରିଛନ୍ତି। କମିସନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି। ରାତି ୮ଟା ପର୍ଯ୍ୟନ୍ତ ତାଙ୍କ ଅଫିସ୍‌ରେ ଡିଏଲ୍‌ଓଙ୍କୁ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe