ଜାତୀୟ ରାଜପଥ ୨୬ ସମ୍ପ୍ରସାରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

Advertisment
ଜାତୀୟ ରାଜପଥ ୨୬ ସମ୍ପ୍ରସାରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

କୋକସରା: ସଂପ୍ରସାରଣ ହେବ କଳାହାଣ୍ଡି ଦେଇ ଯାଇଥିବା ବରଗଡ଼-ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥ। ଏଥିପାଇଁ କୋକସରା ବ୍ଲକ ସଦର କୋକସରା ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥର ଜାଗା ଚିହ୍ନଟ ଓ ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଜାତୀୟ ରାଜପଥ ବିଭାଗ ଅଧିକାରୀ ଓ କୋକସରା ତହସିଲ ବିଭାଗୀୟ ଅଧିକାରୀ ଦୁଇ ପାର୍ଶ୍ବରେ ରହିଥିବା ଜାତୀୟ ରାଜପଥର ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗକୁ ଜମି ଅଧିଗ୍ରହଣ କରାଯାଇ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି।

ଏହି ସମୟରେ ଜାତୀୟ ରାଜପଥ କେସିଙ୍ଗାର ନିର୍ବାହୀ ଯନ୍ତ୍ରୀ, କୋକସରା ତହସିଲଦାର ଦେବବ୍ରତ କରାଟି, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ରାଜସ୍ୱ ସୁପରଭାଇଜର ଅଜୟ ରାଜ ଶିକା, କୋକସରା ରାଜସ୍ୱ ନିରୀକ୍ଷିକା ଝାନ୍ସିରାଣୀ ଦିଶାରୀ, କୋର୍ଟ ଅମିନ ସୁନୀଲ ପଟ୍ଟନାୟକ, ମହେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe