ଜମି ଅଛି ୫ ଏକର, ୧କ୍ବିଣ୍ଟାଲର ଟୋକନ୍‌ ଆସିଛି

Advertisment
ଜମି ଅଛି ୫ ଏକର, ୧କ୍ବିଣ୍ଟାଲର ଟୋକନ୍‌ ଆସିଛି

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଡୁଆଝର ଗ୍ରାମର ଜଣେ ଚାଷୀଙ୍କ ୫ ଏକର ଜମି ରହିଛି। ଏଥର ସବୁ ଜମିରେ ଧାନ ଫସଲ କରିଥିବା ବେଳେ ବିକ୍ରି କରି ଦୁଇ ପଇସା ଅଧିକ ମିଳିବ ବୋଲି ଖୁସି ହେଉଥିଲେ। ହେଲେ ମାତ୍ର ଗୋଟିଏ କ୍ବିଣ୍ଟାଲ ଧାନ ବିକିବାକୁ ଟୋକନ୍ ଆସିଥିବାରୁ ବଳକା ଧାନ କିଭଳି ବିକ୍ରି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି।

ସୂଚନାମତେ, ଡୁଆଝର ଗାଁର ସ୍ବର୍ଗତ କ୍ଷୀରସିନ୍ଧୁ ପଟେଲଙ୍କ ପୁଅ ଧନେଶ୍ବର ପଟେଲଙ୍କ ୧୦ ଏକର ୨୯ ଡିସିମିଲ ଜମି ରହିଛି। ସେଥିମଧ୍ୟରୁ ଜଳସେଚିତ ଚାଷ ଜମି ୨ ଏକର ୫୦ ଡିସିମିଲ ଓ ଅଣଜଳସେଚିତ ଚାଷ ଜମି ୨ ଏକର ୬୦ ଡିସିମିଲ ମୋଟ ୫ ଏକର ୧୦ ଡିସିମିଲ ଚାଷ ଜମିରେ ଏଥର ଧାନ ଫସଲ କରିଥିଲେ। ବର୍ତ୍ତମାନ ଫସଲ ଅମଳ କରି ଟୋକନ୍‌କୁ ଅପେକ୍ଷା କରିଥିଲେ। ହେଲେ ଡୁଆଝର ସମବାୟ ସମିତି ପକ୍ଷରୁ ୫ ଏକର ୧୦ ଡିସିମିଲ ଜମିର ଧାନ ବିକ୍ରି ପାଇଁ ମାତ୍ର ଏକ କ୍ୱିଣ୍ଟାଲ ୧୭ କିଲୋଗ୍ରାମର ଟୋକନ୍‌ ମିଳିଛି। ଫଳରେ ସେ ଚିନ୍ତାରେ ପଡ଼ିଛନ୍ତି। ଧନେଶ୍ବରଙ୍କ କହିବା ଅନୁସାରେ ତାଙ୍କ ଜମି ହିସାବରେ ୭୫ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିବା ପାଇଁ ଟୋକନ ମିଳିବା କଥା। ହେଲେ ମାତ୍ର ଏକ କ୍ବିଣ୍ଟାଲର ଧାନ ବିକିବା ପାଇଁ ଟୋକନ୍‌ ଆସିଥିବାରୁ ବଳକା ଧାନ ସହ ଋଣ ପରିଶୋଧ କିଭଳି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏଭଳି ବହୁ ଚାଷୀଙ୍କ ହୋଇଥିବା ନେଇ ଆଲୋଚନା ହେଉଥିବା ବେଳେ ପ୍ରକୃତ ତଦନ୍ତ କରାଗଲେ ତଥ୍ୟ ସାମ୍ନାକୁ ଆସିବ ବୋଲି ଚାଷୀମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଡୁଆଝର ପେକ୍ସ ସମ୍ପାଦକ ଅଭିମନ୍ୟୁ ରାଉତଙ୍କୁ ଅବଗତ କରିବାରୁ ଭୁଲରେ ସେଭଳି ହୋଇଛି। କମ୍ପ୍ୟୁଟର ଅପରେଟରଙ୍କୁ ପଚାରି କହୁଛି ବୋଲି ପ୍ରକାଶ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe