କେନ୍ଦୁଝରରେ ଗଡ଼ିଲା ବିଶ୍ବର ସର୍ବବୃହତ୍ ରଥ

Advertisment
କେନ୍ଦୁଝରରେ ଗଡ଼ିଲା ବିଶ୍ବର ସର୍ବବୃହତ୍ ରଥ

କେନ୍ଦୁଝର: କେନ୍ଦୁଝରର ସବୁ ପଥ ଥିଲା ଜଗନ୍ନାଥମୟ। ଯିଏ ଯେଉଁଠୁ ଆସୁଥିଲେ ବି ସମସ୍ତେ ଥିଲେ ବଡ଼ଦାଣ୍ଡ ମୁହାଁ। ପ୍ରଭୁ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରାଙ୍କ ରଥଯାତ୍ରା ଦେଖିବାକୁ ସକାଳୁ ସକାଳୁ ଭକ୍ତଙ୍କର ସୁଅ ଛୁଟିଥିଲା। ସନ୍ଧ୍ୟା ବେଳକୁ ବଡ଼ଦାଣ୍ଡରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଭକ୍ତଙ୍କ ଗହଣରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟରେ ବିଶ୍ବର ସର୍ବବୃହତ୍‌ ରଥ ଗଡ଼ିଥିଲା। ସନ୍ଧ୍ୟା ୬ଟା ୫୦ ମିନିଟରେ ଶ୍ରୀଗୁଣ୍ଡିଚା ନିକଟରେ ରଥ ପହଞ୍ଚିଥିଲା।

ଶ୍ରୀଜିଉଙ୍କ ଅବକାଶ ନୀତି ଭୋର ୪ଟାରେ ଅନୁଷ୍ଠିତ ହୋଇଥିଲା। ଅବକାଶ ଶେଷ ହେବା ପରେ ୫ଟାରେ ଲୁଗା ଲାଗି ନୀତି , ୮ଟାରେ ଘଟିକା ଧୂପ ଏବଂ ୧୦ଟାରେ ପୁଷ୍ପାଞ୍ଜଳି ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୧ଟାରୁ ପହଣ୍ଡି ନୀତି ଆରମ୍ଭ ହେବାପରେ ପ୍ରାୟ ୫ଟା ୩୦ ବେଳେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା। ପହଣ୍ଡି ଶେଷହେବା ସହିତ ଚାର ମାଳ ଫିଟାଯାଇ ପ୍ରଭୁଙ୍କୁ ବେଶ କରାଯାଇଥିଲା। ଘୋଡ଼ାବନ୍ଧା ଓ ରଥ ଉପରେ ଚକାଭିଡା କାର୍ଯ୍ୟକ୍ରମ ଶେଷ ହେବାପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଙ୍କ ଦ୍ବାରା ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe