ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ୮୧ତମ ଜୟନ୍ତୀ ଅବସରରେ ଚଳିତ ବର୍ଷ ଜାନୁଆରି ୩ ତାରିଖରେ ଉନ୍ମୋଚିତ ହୋଇଥିଲା ତାଙ୍କର ଶେଷ ପୁସ୍ତକ 'ପଲିଟିକାଲ ହିଷ୍ଟ୍ରି ଅଫ୍ ମଡର୍ଣ୍ଣ ଓଡ଼ିଶା'। । 'ସମ୍ବାଦ'ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ବିଶିଷ୍ଟ ସ୍ତମ୍ଭକାର ଓ ବୁଦ୍ଧିଜୀବୀ ଡ. ଭଗବାନ ପ୍ରକାଶ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ସେ ଏହାକୁ ଓଡ଼ିଶାର ଆଧୁନିକ ରାଜନୈତିକ ଇତିହାସର ଏକ ଜ୍ବଳନ୍ତ ଦସ୍ତାବିଜ୍ ବୋଲି ଅଭିହିତ କରି ୪୫୦ ପୃଷ୍ଠାରେ ଓଡ଼ିଶାର ୪୫୦ ବର୍ଷର ଇତିହାସ ଲେଖାଯାଇଛି ବୋଲି କହିଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ସମସାମୟିକ ଇତିହାସର ଘୋର ଅଭାବ ରହିଛି। ବସନ୍ତ ବାବୁଙ୍କ ପୁସ୍ତକକୁ ରାଜନୈତିକ ଇତିହାସ ବୋଲି କୁହାଯାଉଛି। ମାତ୍ର ସେ ଯଦି ବୃତ୍ତିରେ ଜଣେ ସାମ୍ବାଦିକ ହୋଇ ନଥା'ନ୍ତେ, ତାହାଲେ ପୁସ୍ତକରେ ଯେଉଁସବୁ ତଥ୍ୟ ରଖିଛନ୍ତି, ତାହାକୁ ହାସଲ କରିବା ହୁଏତ ସମ୍ଭବ ହୋଇ ନ'ଥାନ୍ତା। ଅନେକ ପୁସ୍ତକରେ ତଥ୍ୟ ନିଷ୍ଠାର ସହିତ ଦିଆଯାଇ ନଥାଏ। ଏସବୁ ଦୃଷ୍ଟିରୁ ବସନ୍ତ ବାବୁଙ୍କ ପୁସ୍ତକ ସୂଚନାର ଏକ ଖଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଗତ ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ମାତ୍ର ୩ ମାସ ଭିତରେ ଏହି ପୁସ୍ତକର ରଚନା କରିଥିବା ଶ୍ରୀ ଦାସ ୨୦ ବର୍ଷ ପୂର୍ବରୁ ଓଡ଼ିଶାର ଯେଉଁ ରାଜନୈତିକ ପୁସ୍ତକ ରଚନା ହୋଇଥିଲା, ତାହାକୁ ଭିତ୍ତି କରି ସେ ଏହାକୁ ରଚନା କରିଥିବା କହିଥିଲେ।
Follow Us