ସ୍ବାଧୀନତା ଆନ୍ଦୋଳନର ଶେଷସାକ୍ଷୀ ଫୁଲମଣିଙ୍କ ପରଲୋକ

Advertisment
ସ୍ବାଧୀନତା ଆନ୍ଦୋଳନର ଶେଷସାକ୍ଷୀ ଫୁଲମଣିଙ୍କ ପରଲୋକ

ଆନନ୍ଦପୁର: ଘସିପୁରା ବ୍ଲକ୍‌ର ସଂଗ୍ରାମୀଙ୍କ ଗଡ଼ କୁହାଯାଉଥିବା ପଣ୍ଡୁଆ ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭିକାରି ଚରଣ ଚକ୍ରଙ୍କ ପତ୍ନୀ ଫୁଲମଣି ଚକ୍ର(୧୦୦)ଙ୍କର ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ପୀଡ଼ା ଯୋଗୁ ସେ ଗତ କିଛିଦିନ ହେଲା  ଶଯ୍ୟାଶାୟୀ ଥିଲେ।  ଗତକାଲି ଅପରାହ୍ଣରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ଝିଅ ମୀରାରାଣୀ ଚକ୍ର, ନାତି ଦୀପକ ଜେନା, ନାତୁଣିବୋହୂ ଅମ୍ବିକା ଚକ୍ର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ଗ୍ରାମର ବିଶିଷ୍ଟବ୍ୟକ୍ତି ବିପିନ୍ ବିହାରୀ ଚକ୍ର, ଆଇନଜୀବୀ ବିଚିତ୍ର ଚକ୍ର, ଟୁକୁଣା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଇନ୍ଦିରା ଶୁଭଦର୍ଶନୀ ଚକ୍ର, ଉଦ୍ୟୋଗୀ ସୁଧୀର ରଂଜନ ଚକ୍ର, ସମାଜସେବୀ ପ୍ରିୟରଂଜନ ଚକ୍ର, ବାବାଜି ଜେନା, ଜୟନ୍ତ ଜେନା, ବିଶ୍ବରଂଜନ ଚକ୍ର, ଅଭିଳାଷ ଚକ୍ର, ଦିଲୀପ୍ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏକ ଶୋଭାଯାତ୍ରାରେ ମରଶରୀରକୁ ପଣ୍ଡୁଆ ଗ୍ରାମ ପରିକ୍ରମା କରାଯିବାପରେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ନାତି ଦୀପକ କୁମାର ଜେନା ମୁଖାଗ୍ନି ଦେଇଥିଲେ। ପଣ୍ଡୁଆ ଗ୍ରାମର ସମସ୍ତ ସ୍ବାଧୀନତା ସଂଗ୍ରାମୀ ଓ ତାଙ୍କ ପତ୍ନୀ ଆରପାରିକୁ ଯାଇଥିବାବେଳେ ସଂଗ୍ରାମୀଙ୍କ ମୂକସାକ୍ଷୀ ରହିଥିଲେ ଏକମାତ୍ର ଫୁଲମଣି ଚକ୍ର। ୨୦୨୧ ଅଗଷ୍ଟ ୧୫ ‘ସମ୍ବାଦ’ରେ ପ୍ରକାଶିତ ‘ସଂଗ୍ରାମୀଙ୍କ ଗାଁ ପଣ୍ଡୁଆ’ ଶୀର୍ଷକ ଖବରରେ ଫୁଲମଣିଙ୍କ ଫଟୋ ଓ ମତାମତ ପ୍ରକାଶ ପାଇଥିଲା।  ଫୁଲମଣିଙ୍କ ପରଲୋକରେ ପଣ୍ଡୁଆ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe