ସମାନ ଦାବି ନେଇ ପୁଣି ବିରୋଧୀ ବିଧାୟକଙ୍କ ହୋହଲ୍ଲା: ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ

Advertisment

ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଲା ବିଜେଡି

ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଲା ବିଜେଡି

ପଞ୍ଚମ ଦିନରେ ମଧ୍ୟ ବିଧାନସଭାରେ ସମାନ ସ୍ଥିତି: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ସମାନ ଦାବି ନେଇ ପୁଣି ବିରୋଧୀ ବିଧାୟକଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ଣ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ଆଜି ହେଉଛି ମୌସୁମୀ ଅଧିବେଶନର ଶେଷ ଦିନ। କିନ୍ତୁ ଗୃହ କାର୍ଯ୍ୟ ଚାଲିପାରୁନି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ଯୋଗୁଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

publive-image ସେପଟେ ଚାଷୀଙ୍କ ସାର ଓ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିବା ଦାବିରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛି ବିଜେଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe