ସୁନାବେଶ ଦେଖିବା ହେଲା ଶେଷ ଦର୍ଶନ, ଅଣନିଃଶ୍ବାସୀରୁ ଭକ୍ତଙ୍କ ଚାଲିଗଲା ଜୀବନ

Advertisment
ସୁନାବେଶ ଦେଖିବା ହେଲା ଶେଷ ଦର୍ଶନ, ଅଣନିଃଶ୍ବାସୀରୁ ଭକ୍ତଙ୍କ ଚାଲିଗଲା ଜୀବନ

ଭୁବନେଶ୍ବର: ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଛି। ସୁନାବେଶ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୋଇଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଭିତରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଭକ୍ତ ଅଣନିଃଶ୍ବାସୀ ହେବାରୁ ତାଙ୍କ ଜୀବନ ଚାଲିଯାଇଛି। ରଥ ଉପରେ ରାଥାରୁଢ଼ ଶ୍ରୀଜିଉମାନଙ୍କ ସୁନା ବେଶ ପ୍ରାୟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିଲା।

କିନ୍ତୁ ସକାଳୁ ଭକ୍ତଙ୍କ ଦର୍ଶନ ଲାଗି ରହିଥିଲା। ତେବେ ଧିରେ ଧିରେ ଭିଡ ବଢ଼ିଥିଲା। ଠେଲାପେଲା ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ତେବେ ଭିଡ ଭିତରେ ଜଣେ ମହିଳା ଭକ୍ତ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ତାଙ୍କୁ ସାଂଘାତିକ ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱରର ଶରତ ଚନ୍ଦ୍ର ବାରିକଙ୍କ ଝିଅ ସଂଘମିତ୍ରା ବାରିକ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି। ତେବେ ସୁନାବେଶ ଦେଖିବା ତାଙ୍କର ଶେଷ ଦର୍ଶନ ହୋଇଥିଲା। ତାଙ୍କ ମୃତ୍ୟୁରେ ପରିବାରରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe