ସରକାରୀ ନିୟମକୁ ଫୁ’ କରି ଉଡାଇ ଦେଲେ ମଦ ଦୋକାନୀ ! ସକାଳ ସକାଳୁ କାଉଣ୍ଟରରେ ମଦ କିଣିବାକୁ ପ୍ରବଳ ଭିଡ

Advertisment

ଅନଲାଇନରେ ବିକ୍ରି ପାଇଁ ଥିଲା ଅନୁମତି

ଅନଲାଇନରେ ବିକ୍ରି ପାଇଁ ଥିଲା ଅନୁମତି

ସରକାରୀ ନିୟମକୁ ଫୁ’ କରି ଉଡାଇ ଦେଲେ ମଦ ଦୋକାନୀ ! ସକାଳ ସକାଳୁ କାଉଣ୍ଟରରେ ମଦ କିଣିବାକୁ ପ୍ରବଳ ଭିଡ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ମଦ ବିକ୍ରି । ସରକାର ଅନଲାଇନରେ ଅର୍ଥାତ ଗ୍ରାହକଙ୍କ ପାଖରେ ମଦ ପହଁଚାଇବା ପାଇଁ ଅନୁମତି ଦେଇଛନ୍ତି । ହେଲେ ସକାଳୁ ସକାଳୁ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମଦ କିଣିବା ପାଇଁ ବିଭିନ୍ନ କାଂଉଟର ସାମ୍ନାରେ ଲୋକଙ୍କ ଭିଡ ଜମିଥିଲା । ସେପଟେ ଅନଲାଇନ ବ୍ୟବସ୍ଥାର ବାସ୍ତବତା କଣ,ସେନେଇ ବି ଦ୍ୱନ୍ଦ ଦେଖାଦେଇଛି ।

ଅନଲାଇନ ମଦ ବିକ୍ରି ପାଇଁ ସରକାର ଅନୁମତି ଦେବା ପରର ଚିତ୍ର ଏମିତି।  ସରକାର ଅନଲାଇନ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ । ହେଲେ ମଦ କିଣିବା ପାଇଁ ଦୋକାନରେ ପହଞ୍ଚି ଯାଇଥିଲେ ଗ୍ରାହକ । ଭିଡ ଏତେ ହେଲା ଯେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଲା ।

ମଦ ଦୋକାନ ସାମ୍ନାରେ ଅନଲାଇନ ବୁକିଂ ପାଇଁ ଦୋକାନୀ ମୋବାଇଲ ନମ୍ବର ଜାରି କରିଥିଲେ । ଆଉ ଏହି ନମ୍ବରରେ ଯୋଗଯୋଗ କରି ଗ୍ରାହକ ସିଧା ଦୋକାନ ସାମ୍ନାରେ ପହଁଚିଯାଇଥିଲେ । ସେପଟେ କିଛି ଦୋକାନରେ ଅନଲାଇନ ବୁକିଂ ହୋଇଥିବାରୁ ମଦ ପ୍ୟାକିଂ କରି ଦୋକାନୀ ରଖିଥିଲେ । ହେଲେ ମଦର ଡେଲିଭରିକୁ ନେଇ ଦେଖା ଦେଇଥିଲା ବଡ ଦ୍ୱନ୍ଦ ।

ସରକାରଙ୍କ ନିୟମ କହୁଛି ଅନଲାଇନରେ ଗ୍ରାହକ ମଦ ପାଇଁ ବୁକିଂ କରିବେ । ଦୋକାନୀ ନିଜ ଡେଲିଭରି ବଏ ଦ୍ୱାରା କିମ୍ବା ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜୋମାଟୋ ଓ ସ୍ୱିଗୀ ଦ୍ୱାରା ଗ୍ରାହକଙ୍କ ପାଖରେ ମଦ ପହଁଚାଇବେ । ହେଲେ ଦୋକନୀ ଡେଲିଭରିର ସଂଜ୍ଞା ବଦଳାଇଥିଲେ । ଆଉ ଅନଲାଇନ ପଞ୍ଜିକରଣ ଆଧାରରେ କାଂଉଟରରେ ମଦ ବିକ୍ରି କରିଚାଲିଲେ । ସେପଟେ ଅନଲାଇନ ବ୍ୟବସ୍ଥାର ଜଟିଳତାକୁ ଦେଖି ଅବକାରୀ ବିଭାଗ ବି ଭିନ୍ନ ମତ ଦେଇଛି । ପୁଣି ଅନଲାଇନ ମଦ ଡେଲିଭରିରେ ବିପଦ ଥିବାର ଆଶଙ୍କା ବି ପ୍ରକାଶ କରିଛନ୍ତି ମଦ ବ୍ୟବସାୟୀ ।

ଏଠି ପ୍ରଶ୍ନ ଉଠୁଛି ଅନଲାଇନ ମଦ ବିକ୍ରିର ବାସ୍ତବତା କଣ? ଅନଲାଇନ ବୁକିଂ ମାଧ୍ୟମରେ ଲୋକଙ୍କ ପାଖରେ ମଦ ପହଁଚାଇବା ପାଇଁ ଭିତ୍ତିଭୂମି ରହିଛି କି? ଯଦି ଅନଲାଇନ ବୁକିଂ କରି ଗ୍ରାହକ ମଦ ଦୋକାନ ପାଖରେ ପହଁଚିଯିବେ,ତେବେ ଅନଲାଇନ ଡେଲିଭରିିିର ମାନେ କିଛି ଅଛି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe