ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନାଗହଣା ଚୋରି

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନାଗହଣା ଚୋରି

ବ୍ରହ୍ମବରଦା : ବ୍ରହ୍ମବରଦା ପଞ୍ଚାୟତର ଏସଏସ ପ୍ୟାଲେସ ନିକଟରେ ଗତକାଲି ସେକ୍ ଇସ୍ତିୟାକ ହୋସେନଙ୍କ ଘରେ ପଶି ଡକାୟତମାନେ କଳାକନା ବୁଲାଇ ଦେଇଛନ୍ତି। ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଘରେ ପଶି ନଗଦ ଟଙ୍କା ସହିତ ସୁନାଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସେକ୍ ଇସ୍ତିୟାକ ହୋସେନ ବାହାରେ ରହି କାମ କରନ୍ତି। ତାଙ୍କ ପତ୍ନୀ ସିରିନ ଫିରଦୋଷ ଓ ପିଲାମାନେ ଗତକାଲି ସକାଳୁ ଘରେ ତାଲା ପକାଇ କୌଣସି କାର୍ଯ୍ୟରେ ଭୁବନେଶ୍ବର ଯାଇଥିଲେ। ରାତି ପ୍ରାୟ ୮ଟାରେ ଫେରିଥିଲେ। ଘରେ ଆସି ଦେଖନ୍ତି ତ ସମସ୍ତ କଟାବ ଖୋଲା ରହିଛି।

ଆଲମାରି ଓ ଘରର ପଛପଟ କବାଟ ମଧ୍ୟ ଖୋଲା ରହିଥିଲା। ଦୁର୍ବୃତ୍ତମାନେ ଆଲମାରି ଭାଙ୍ଗି ସେଥିରେ ଥିବା ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହିତ ୧୦ ଭରି ସୁନାଗହଣା ଚେରୀ କରି ନେଇଥିବା ସିରିନ ଫିରଦୋଷ ଖାନମ୍ ବ୍ରହ୍ମବରଦା ଥାନାରେ ଅଭିଯୋଗ କରଇଛନ୍ତି। ଥାନା ଅଧିକାରୀ ଦାଶରଥି ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ୨୫/୨୩ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଆଜି ଅପରାହ୍‌ଣରେ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଛି। ଲୁଟେରାଙ୍କ ସଂପର୍କରେ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe