ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଚାରିମାସ ଶୋଇରହିବେ ମହାପ୍ରଭୁ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ରବିବାର ପବିତ୍ର ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜିଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟାଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜିଠାରୁ ନିଦ୍ରା ଯାଇଛନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜିଠାରୁ ଶୋଇଛନ୍ତି।

ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ। ଏହି ପରମ୍ପରା ଆଧାରରେ ଆଜି ବଳଭଦ୍ରଙ୍କ ଶୟନ ଠାକୁର ପ୍ରଭୁ ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ମା’ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ପ୍ରଭୁ ନାରାୟଣଙ୍କ ଅଙ୍ଗଲାଗି ନୀତି ସମ୍ପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ପାଇଁ ଆବାହନ କରଯାଇଥିଲା। ପରେ ତିନି ଠାକୁର ଭଣ୍ଡାର ଘର ଖଟ ଉପରେ ଆଜିଠାରୁ ଚାରିମାସ ପର୍ଯ୍ୟନ୍ତ ‌ଶୟନ କରିଛନ୍ତି। ଏହି ସମୟ ଭିତରେ ଯ‌େହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର୍ଯ୍ୟ କରଯାଏ ନାହିଁ ବୋଲି ବିଶ୍ବାସ ରହିଛି।

ପରମ୍ପରା ଅନୁଯାୟୀ, ହରିଶୟନ ଏକାଦଶୀ ପରେ ଆଜି ଦ୍ବାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ। ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ବି ନିଦ୍ରାରୁ ଉଠିବେ। ଆଜି ସଂଧ୍ୟାଧୂପ ପରେ ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇ ବସ୍ତ୍ରାଦି ଆଭୂଷଣରେ ବେଶ କରାଯିବ। ପରେ ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ। ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ‌ତଳେ ପ୍ରଭୁ ଗରୁଡ଼ ବିଶ୍ରାମ ନେବେ। ଠାକୁରଙ୍କ ଖଟ ତଳେ ଶୋଇ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe