ଜାମୁକୋଣ ପାହାଡ଼ରେ ଭବ୍ୟ ବୈଷ୍ଣୋ ଦେବୀ ମନ୍ଦିର: ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’

Advertisment

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି।

sfsfsfc

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି। ଆଜି ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନୟାଗଡ଼ରୁ ଶରଣକୁଳ ଯିବା ପୂର୍ବରୁ ସୋଲପଟା ଛକର ଡାହାଣ ପାର୍ଶ୍ବରେ ମଗରବନ୍ଧ ପଞ୍ଚାୟତର ଫାଶୀପଲ୍ଲୀ ଗାଁ ଦେଇ ଗଲେ ପଡ଼ିବ ବୈଷ୍ଣୋ ଦେବୀ ମନ୍ଦିର। ମା’ଙ୍କ ସ୍ବପ୍ନାଦେଶ ପରେ ଜାମୁକୋଣ ପାହାଡ଼ ଉପରେ ମନ୍ଦିର ଗଢ଼ା କାମ ଆରମ୍ଭ ହୋଇଥିଲା। ଓଡ଼ିଶାରେ ବୈଷ୍ଣବ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପ୍ରଥମ ଘଟଣା ବୋଲି ଭକ୍ତମାନେ କହିଛନ୍ତି। ଆଜି ମା’ଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ୫ ଦିନ ଧରି ଦେବୀଙ୍କ ନୀତିକାନ୍ତି ପାଳନ ହୋଇଥିବା ବେଳେ ପ୍ରଥମ ଦିନ ଅଙ୍କୁରାରୋପଣ ହୋଇ ଦ୍ବିତୀୟ ଦିନ କଳସ ଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ତୃତୀୟ ଦିନ ଗୁମ୍ଫା ସଂସ୍କାର ହୋଇ ଚଣ୍ତୀପାଠ ପରେ ଚତୁର୍ଥ ଦିନ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ୭ଟାରୁ ନୀତିକାନ୍ତି ସଂପନ୍ନ ହୋଇ ଦିନ ୨ଟାରେ ମା’ଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ଏହା ପରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜମ୍ମୁକାଶ୍ମୀରରୁ ଆସିଥିବା ବୈଦିକ ପଣ୍ତିତ ୫ ଦିନ ଧରି ମା’ଙ୍କ ପୂଜାକାର୍ଯ୍ୟ କରିଥିଲେ।

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଜମ୍ମୁକାଶ୍ମୀରରେ ଥିବା ବୈଷ୍ଣୋ ଦେବୀଙ୍କ ମନ୍ଦିର ଭଳି ଏଠାରେ ମଧ୍ୟ ସମାନ ଢଙ୍ଗରେ ମନ୍ଦିର ତୋଳା ଯାଇଛି। ମନ୍ଦିରର କାରୁକାର୍ଯ୍ୟ ପାଇଁ ନିପୁଣ କାରିଗରମାନଙ୍କୁ ନିୟୋଜିତ କରାଯାଇଥିଲା। ପାହାଡ଼ ମଧ୍ୟରେ ଆକର୍ଷଣୀୟ ମନ୍ଦିର ସାଙ୍ଗକୁ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରାଯାଇଛି। ବାହାରେ ୧୮ କ୍ବିଣ୍ଟାଲ୍‌ ପିତ୍ତଳରେ ନିର୍ମିତ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଗୁମ୍ଫା ଆଗରେ ଆଳତିମଣ୍ତପ କରାଯାଇ ଗଣେଶ ଓ ମାତାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ମନ୍ଦିର ମଧ୍ୟଭାଗରେ ହନୁମାନଙ୍କ ବିଗ୍ରହ ଓ ମା’ଙ୍କ ସମ୍ମୁଖ ବାମପାର୍ଶ୍ବରେ ଭୈରବ ମୂର୍ତ୍ତି ସ୍ଥାପନ କରାଯାଇଛି। ଯାହା ଭକ୍ତମାନଙ୍କୁ ବିମୋହିତ କରିଛି। ମନ୍ଦିର ସୁପରିଚାଳନା ପାଇଁ ଟ୍ରଷ୍ଟ ଗଠନ କରାଯାଇଛି। ଯାତ୍ରୀମାନଙ୍କ ରହିବା ପାଇଁ ଘର ନିର୍ମାଣ ହୋଇଥିବା ବେଳେ ପୁଷ୍କରିଣୀ, ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୂରଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରୁ ଯାନବାହନ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ଜନସାଧାରଣ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe