ଚୋରି ଉଦ୍ଦେଶ୍ୟରେ ଡଷ୍ଟବିନ୍‌ରେ ସୁନାଗହଣା ଫିଙ୍ଗିଦେଲେ ଚାକରାଣୀ

Advertisment
ଚୋରି ଉଦ୍ଦେଶ୍ୟରେ ଡଷ୍ଟବିନ୍‌ରେ ସୁନାଗହଣା ଫିଙ୍ଗିଦେଲେ ଚାକରାଣୀ

telegraph india

ବଡ଼ବିଲ: ମାଲିକ ଘରୁ ଟଙ୍କା ଏବଂ ସୁନାରୁପା ଅଳଙ୍କାର ଚୋରି କରିବା ପରେ ସେଗୁଡ଼ିକୁ ବାହାରେ ଥିବା ଡଷ୍ଟବିନରେ ନେଇ ପକାଇଥିଲା ଚାକରାଣୀ। ଚାକରାଣୀ ଜଣଙ୍କ ବାରମ୍ବାର ଡଷ୍ଟବିନ ପାଖକୁ ଯିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଡଷ୍ଟବିନ ପାଖକୁ ଯାଇ ଦେଖିବାରୁ ସେଥିରେ ଟଙ୍କା ଏବଂ ସୁନାରୁପା ଅଳଙ୍କାର ପଡ଼ିଥିଲା। ପରିବାର ଲୋକେ ଚୋରି ସାମଗ୍ରୀ ଡଷ୍ଟବିନ୍‌ରୁ ଉଦ୍ଧାର କରିବା ସହ ଚାକରାଣୀକୁ ପୁଲିସ ଜିମା ଦେଇଛନ୍ତି ଘର ମାଲିକାଣୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ।

ବଡ଼ବିଲ ଥାନା ଭୋଳା ଗ୍ୟାରେଜ ଅଞ୍ଚଳରେ ରହୁଛନ୍ତି କର୍ମକାର ପରିବାର। ମଣ୍ଟୁ କର୍ମକାର ନାମକ ଜଣେ ବ୍ୟବସାୟୀଙ୍କ ଘରେ ଦୁଇଦିନ ତଳେ ଜଣେ ୨୭ ବର୍ଷୀୟା ମହିଳା ଚାକରାଣୀ କାମ ଆରମ୍ଭ କରିଥିଲେ। ଶୁକ୍ରବାର ଘରେ କେବଳ ମାଲିକାଣୀ ଥିଲେ। ଚାକରାଣୀ ଜଣଙ୍କ ଘର ଝାଡ଼ୁ କରିବା ସହ ବାସନ ମଜାମଜି କରୁଥିଲେ। ଏହି ସମୟରେ ଘର ମାଲିକାଣୀ ଗାଧୋଇବା ପାଇଁ ଗାଧୁଆଘରେ ପଶିଥିଲେ। ଏହାର ସୁଯୋଗ ନେଇ ଚାକରାଣୀ ଜଣଙ୍କ ଆଲମିରାରୁ ସୁନା ଏବଂ ରୁପା ଅଳଙ୍କାର ସମେତ ଟଙ୍କା ଚୋରି କରି ପ୍ରଥମେ ଘରର ଡଷ୍ଟବିନ୍‌ରେ ପକାଇଥିଲା।

ପରେ ତାହାକୁ ନେଇ ଘର ବାହାରେ ଥିବା ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ। ଘର ମାଲିକାଣୀ ଗାଧୁଆ ଘରୁ ବାହାରିବା ପୂର୍ବରୁ ଚାକରାଣୀ ଜଣଙ୍କ ତିନିଥର ବାହାରେ ଥିବା ଡଷ୍ଟବିନ୍‌ ପାଖକୁ ଯାଇଥିବା ପାଖ ଘରେ ରହୁଥିବା ପରିବାରର ଅନ୍ୟ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେମାନେ ବାହାରେ ଥିବା ଡଷ୍ଟବିନ ପାଖକୁ ଯାଇ ଦେଖିଲାବେଳକୁ ସେଥିରେ ସୁନା ଏବଂ ରୁପା ଅଳଙ୍କାର ସମେତ ଟଙ୍କା ପଡ଼ିଥିଲା। ସମ୍ପୃକ୍ତ ପରିବାରକୁ କହିବା ପରେ ପରିବାର ଲୋକେ ତୁରନ୍ତ ସେଗୁଡ଼ିକୁ ଡଷ୍ଟବିନ୍‌ରୁ ଉଦ୍ଧାର କରିବା ସହ ଏ ସମ୍ପର୍କରେ ବଡ଼ବିଲ ପୁଲିସକୁ ଖବର ଦେଇଥିଲେ। ଚାକରାଣୀକୁ ପୁଲିସ ଜିମା ଦେଇଥିଲେ। ହେଲେ ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆ ନଯିବାରୁ ପୁଲିସ ସମ୍ପୃକ୍ତ ଚାକରାଣୀକୁ ତାଗିଦ କରି ଛାଡ଼ି ଦେଇଛନ୍ତି।

ସେହିପରି କେତେ ପରିମାଣର ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଥିଲା ବୋଲି ପଚାରିବାରୁ ମାତ୍ର ହଜାରେ ଟଙ୍କା, କିଛି ରୁପା ଅଳଙ୍କାର ଏବଂ ଦୁଇହଳ ସୁନା କାନଫୁଲ ଚୋରି ହୋଇଥିଲା ବୋଲି ବ୍ୟବସାୟୀ ଜଣଙ୍କ କହିଛନ୍ତି। ସେହିପରି ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ବାହାରେ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe