ଗୁଳିମାଡ଼ କରି ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ଖଡିବାହାଳି ଛକରେ ଗତ ମାସ ୨୬ ତାରିଖ ରାତି ସାଢ଼େ ୯ ଟାରେ  ଦେବାଶିଷ ଭେରାଇଟ ଷ୍ଟୋରର ମାଲିକ ଜଗବନ୍ଧୁ ମହାପାତ୍ର (୫୬) ଙ୍କୁ ଗୁଳି ମାଡ଼ କରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଘଷିପୁରା ଥାନା ବରିପାଳ ଗ୍ରାମର ମନୋଜ ପାତ୍ର (ସିପୁ)କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ମାସ ୨୬ ତାରିଖ ରାତିରେ ଶ୍ରୀ ମହାପାତ୍ର ଦୋକାନ ଅଗଣା ଝାଡ଼ୁ କରୁଥିବାବେଳେ ମନୋଜ ଓ ଜଗବନ୍ଧୁ ଏକ ବାଇକରେ ଆସି ସିଗାରେଟ ମାଗିଥିଲେ। ଦୋକାନ ବନ୍ଦ ଥିବାରୁ ସିଗାରେଟ ଦେବାପାଇଁ ମନା କରିବାରୁ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁରୁତର ଥିବା ଶ୍ରୀ ମହାପାତ୍ରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣାରେ ପୁଲିସ ହରିଚନ୍ଦନପୁର ଥାନା ସୁନାପେଣ୍ଠ ପାଞ୍ଚାୟତ କମଳାଙ୍ଗି ଗ୍ରାମର ପୃଥ୍ବୀରାଜ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ଘଷିପୁରା ଥାନା ବରିପାଳ ଗ୍ରାମର ଶ୍ରୀ ପାତ୍ର ଫେରାର ହୋଇଯାଇଥିଲା।

ଶ୍ରୀ ମହାପାତ୍ରଙ୍କ ଘର  ଶଗଡ଼ପଟା ପଞ୍ଚାୟତ ବେଡ଼ଦୁମା ଗ୍ରାମରେ। କଟକ ଡାକ୍ତରଖାନାରେ  ଶ୍ରୀ ମହାପାତ୍ରଙ୍କ ଗତ ୮ ତାରିଖ ରାତିରେ ପରଲୋକ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଗତ ୯ ତାରିଖ ରାତିରେ ଶ୍ରୀ ମହାପାତ୍ରଙ୍କ ମୃତଦେହ ଗ୍ରାମକୁ ନେବା ପରିବର୍ତ୍ତେ ଖଡ଼ିବାହାଳି ଛକରେ ରଖା ଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଉପରେ  ଶବ ରଖି ଅବରୋଧ କରିଥିଲେ । ଦୁଇ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲେ। ଏସଡିପିଓ ଅସିତ ରଂଜନ ମହାନ୍ତିଙ୍କ ନେତୃତ୍ୱରେ ହରିଚନ୍ଦନପୁର ଥାନା ଅଧିକାରୀ ସୁସ୍ମିତା ଦେବତା ଓ ଏକ ପୁଲିସ ଦଳ ଆଜି ସକାଳେ ଯାଜପୁର ରୋଡ଼ ରେଲୱେ ଷ୍ଟେସନରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶ୍ରୀ ପାତ୍ରକୁ ଗିରଫ କରିଥିବା ଏସଡ଼ିପିଓ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଶ୍ରୀ ପାତ୍ର ଟ୍ରେନରେ ଚେନାଇରୁ  ନିଜ ଘରକୁ ଫେରିବା ବେଳେ  ପୁଲିସ ତାକୁ କାବୁ କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe