ମଇଁଷିକୁ ଧକ୍କା ଦେଇ ଯୁବକ ମୃତ

ମଇଁଷିକୁ ଧକ୍କା ଦେଇ ଯୁବକ ମୃତ

Pratinidhi Odia

ସମ୍ବଲପୁର: ଅଇଁଠାପାଲି ଥାନା ଟାଙ୍ଗରପାଲି ବ୍ରିଜ୍‌ ପାଖରେ ଏକ ମଇଁଷିକୁ ଧକ୍କା ଦେଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସଦର ଥାନା ଠେମରାର ଲକ୍ଷପତି ସାହୁ(୪୦)। ସେ ବୁଧବାର ରାତି ବାଇକ୍‌(ଓଡି ୧୫ସି ୩୦୪୩)ରେ ଯାଉଥିବା ବେଳେ ଟାଙ୍ଗରପାଲି ବ୍ରିଜ୍‌ ନିକଟରେ ଶୋଇଥିବା ଏକ ମଇଁଷିକୁ ଧକ୍କା ଦେଇ ପଡ଼ିଯାଇଥିଲେ।

ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)କୁ ଅଣା ଯାଇଥିଲା। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ପରେ ତାଙ୍କ ଦେହ ପୁଣିଥରେ ଖରାପ ହେବାରୁ ତାଙ୍କୁ ଆଉଥରେ ଡିଏଚ୍‌ଏଚ୍‌କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe