stock.adobe.com
ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଷ୍ଟେସନ ନିକଟ ରେଳ ଧାରଣାରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବଡ଼କାଏମା ପଞ୍ଚାୟତ ଅନନ୍ତପୁର ଗ୍ରାମର ପ୍ରତାପ ଚନ୍ଦ୍ର ରାଉତ(୪୦)। ରେଳବାଇ ପୁଲିସ୍ ପହଞ୍ଚିବା ପୂର୍ବରୁ କେତେକ ସଂପର୍କୀୟ ମୃତଦେହକୁ ଘରକୁ ନେଇ ଆସିଥିଲେ।
ଖବର ପାଇ ଯାଜପୁରରୋଡ୍ ଜିଆରପି ପୁଲିସ୍ ମୃତଦେହକୁ ଜବତ କରିଥିଲା। ତେବେ ପରିବାରବର୍ଗଙ୍କର କୌଣସି ଅଭିଯୋଗ ନଥିବାରୁ ବ୍ୟବଚ୍ଛେଦ କରାନଯାଇ ଶବସତ୍କାର କରାଯାଇଥିଲା। ପ୍ରତାପ ପୂର୍ବରୁ ଜାରକାର ଏକ ଲୁଗା ଦୋକାନରେ ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ସେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ଅପରାହ୍ଣରେ ତାଙ୍କ ମୃତଦେହ ହରିଦାସପୁର ରେଳଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ପ୍ରତାପଙ୍କ ପତ୍ନୀ ଓ ପୁଅ ଅଛନ୍ତି।
Follow Us