The Hans India
ଭବାନୀପାଟଣା: ପ୍ରେମିକାକୁ ହତ୍ୟା କରି ଗଛରେ ଝୁଲାଇଦେଲା ପ୍ରେମିକ। ଜଙ୍ଗଲରୁ ପୁଲିସ ଶବ ଉଦ୍ଧାର କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡ଼ା ଗ୍ରାମର ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିକେରଗୁଡା ଗ୍ରାମର ଦୀପା ମାଝୀ (୨୦) ଗତ ଜୁଲାଇ ୨୭ ତାରିଖରୁ ନିଖୋଜ ହୋଇଥିଲେ। ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏସ୍ଆଇ ମଦନାବତୀ ବିହାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ଏହି ଘଟଣାରେ ପୁଲିସ ଗୁଡ଼ାଙ୍ଗ ଗ୍ରାମର ସାନ ମାଝୀ (୨୧)କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତଦନ୍ତ ବେଳେ ସାନ ମାଝୀ ନିଜ ପ୍ରେମିକା ଦୀପା ମାଝୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଘଟଣା ଦିନ ଦୀପା ଓ ସାନଙ୍କ ମଧ୍ୟରେ ସିକେରଗୁଡ଼ା ନିକଟସ୍ଥ ଜଙ୍ଗଲରେ ଭେଟ ହୋଇଥିଲା। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଦୀପାଙ୍କୁ ହତ୍ୟା କରି ସାନ ଏକ ଗଛରେ ଝୁଲାଇ ଦେଇଥିଲା। ସୋମବାର ଜଙ୍ଗଲର ଏକ ଗଛରୁ ଦୀପାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Follow Us