ଜୟପୁର: ଗତ କାଲି ସଂଧ୍ୟାରେ ଜୟନଗର ଅଂଚଳରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରି ଭୟଭୀତ କରାଉଥିବା ଦୁର୍ବତ୍ତ ସୋମନାଥ ହରିଜନ ଓରଫ ମେଟାଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟକୁ ଚାଳାଣ କରିଛି। ମାରଣାସ୍ତ୍ର ବାଜି ଜଣେ ଆହତ ହୋଇଛନ୍ତି।
ଏ ନେଇ ସୂଚନା ପାଇ ଟାଉନଥାନା ଭାରାପ୍ରାପ୍ତ ଅଧିକାରୀ ଇଶ୍ବର ତାଣ୍ଡି, ସବଇନିସପେକ୍ଟର ଏନ୍ ଚୌଧୁରୀ ଘଟଣାସ୍ଥଳକୁ ଯାଇ ଦୁର୍ବତ୍ତଙ୍କୁ ଗିରଫ କରି ଟାଉନଥାନାକୁ ଆଣିଥିଲେ। ଅଭିଯୁକ୍ତ ଓ ଆହତ ବ୍ୟକ୍ତିଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଆଜି ଅଭିଯୁକ୍ତ ମେଟାଙ୍କୁ କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ତାଣ୍ଡି। ଅଭିଯୁକ୍ତଙ୍କ ନାଁରେ ପୁଲିସରେ ପୂର୍ବରୁ ବି ବିଭିନ୍ନ ମାମଲାରେ ଅଭିଯୋଗ ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
Follow Us