ପୁଣି ସୀମାନ୍ତରେ ବଢ଼ିଲାଣି ମାଓ ଗତିବିଧି! ବାହାର ରାଜ୍ୟରେ କମ୍ବିଂ ଯୋଗୁ ଓଡ଼ିଶାମୁହାଁ ହେଉଥିବା ଚର୍ଚ୍ଚା

Advertisment

ନୟାଗଡ଼ ଜିଲ୍ଲା ସୀମାନ୍ତ ଗାଁଗୁଡ଼ିକରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଗଲାଣି। ପଡ଼ୋଶୀ ଛତିଶଗଡ଼ରେ ହେଉଥିବା କମ୍ବିଂ ଅପରେସନ୍‌ ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଓଡ଼ିଶାମୁହାଁ ହେଉଛନ୍ତି।

ନୟାଗଡ଼ ଜିଲ୍ଲା ସୀମାନ୍ତ ଗାଁଗୁଡ଼ିକରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଗଲାଣି। ପଡ଼ୋଶୀ ଛତିଶଗଡ଼ରେ ହେଉଥିବା କମ୍ବିଂ ଅପରେସନ୍‌ ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଓଡ଼ିଶାମୁହାଁ ହେଉଛନ୍ତି।

naxal

ନୟାଗଡ଼: ନୟାଗଡ଼ ଜିଲ୍ଲା ସୀମାନ୍ତ ଗାଁଗୁଡ଼ିକରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଗଲାଣି। ପଡ଼ୋଶୀ ଛତିଶଗଡ଼ରେ ହେଉଥିବା କମ୍ବିଂ ଅପରେସନ୍‌ ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଓଡ଼ିଶାମୁହାଁ ହେଉଛନ୍ତି। ଅଧିକାଂଶ ସମୟରେ ବୌଦ୍ଧ ଓ ଫୁଲବାଣୀରେ କମ୍ବିଂ ଅପ‌ରେସନ ଦ୍ବାରା ମାଓବାଦୀଙ୍କୁ ଗିରଫ କରାଯାଉଥିବା ବେଳେ ଆଉ କିଛି ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଫଳରେ ଏହି ଦୁଇ ଜିଲ୍ଲା ନୟାଗଡ଼ ସୀମାନ୍ତରେ ରହିଥିବାରୁ ଏଠାରେ ମଧ୍ୟ ମାଓବାଦୀ କାରବାର ହେଉଥିବା ସନ୍ଦେହ ବଢ଼ୁଛି। ପଡ଼ୋଶୀ ଜିଲ୍ଲାର ପୁଲିସ ମଧ୍ୟ ଏ ନେଇ ସନ୍ଦେହ ପ୍ରକାଶ କରିଥିବା ଜଣାପଡ଼ିଛି।

୨୦୦୮ ଫେବ୍ରୁଆରି ୧୫ରେ ଥରି ଉଠିଥିଲା ନୟାଗଡ଼। ଶହେରୁ ଅଧିକ ମାଓବାଦୀ ଏକାଠି ହୋଇ ହଠାତ୍ ନୟ‌ାଗଡ଼ ଟାଉନ ଥାନା ଓ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଅତର୍କିତ ଆକ୍ରମଣ କରି ଅସ୍ତ୍ରାଗାର ଲୁଟି ନେଇଥିଲେ। ମାଓବାଦୀଙ୍କ ଆକ୍ରମଣରେ ୧୩ ଜଣ ପୁଲିସ କର୍ମଚାରୀ ଓ ୧୪ ଜଣ ସାଧାରଣ ଲୋକ ସହିଦ ହୋଇଥିଲେ। ଏହି ଘଟଣା ପରେ କିଛି ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଗଲା। ପରେ ନୟାଗଡ଼ ଜିଲ୍ଲାକୁ ମାଓ ପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ଦିଆଗଲା। ଧୀରେ ଧୀରେ ଏଠାରେ ଥିବା ଏସ୍‌ଓଜି ଯବାନମାନଙ୍କୁ ହଟାଇ ଦିଆଗଲା। ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (ଡିଭିଏଫ୍)ଙ୍କ ଦ୍ବାରା ଜଙ୍ଗଲରେ କମ୍ବିଂ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଗଲା। ପୁଲିସ ବିଭାଗରେ କାର୍ଯ୍ୟରତ ବଛାବଛା କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇ ଏହି ଫୋର୍ସରେ ସାମିଲ କରାଯାଇଛି। ଏହା ସହ ସେମାନଙ୍କୁ ଜଙ୍ଗଲରେ କମ୍ବିଂ ଅପରେସନ୍‌ ହେଉ ଅବା ନକ୍ସଲ ଦମନ ପାଇଁ ଆବଶ୍ୟକ ହେଉଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦିଆଯାଏ।

କମ୍ବିଂ ପାଇଁ ନାହାନ୍ତି ଏସ୍‌ଓଜି
କାମ ଚଳାଉଛି ଡିଭିଏଫ୍ ଫୋର୍ସ

ନିୟମ ଅନୁଯାୟୀ, ସେମାନେ ଜଙ୍ଗଲ ମଧ୍ୟରେ କମ୍ବିଂ କରିବା କଥା। ମାତ୍ର ଜିଲ୍ଲାରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଗଲେ ଏହି ଟିମ୍‌କୁ ଜଙ୍ଗଲରେ ଦେଖିବାକୁ ମିଳେ। ନଚେତ୍‌ ବର୍ଷକ ବାରମାସ ସେମାନଙ୍କୁ ଜିଲ୍ଲା ପୁଲିସ ଅନ୍ୟ କାର୍ଯ୍ୟରେ ଲଗାଉଥିବା ଦେଖାଯାଏ। ପଡ଼ୋଶୀ ଜିଲ୍ଲା କିମ୍ବା ରାଜ୍ୟରେ ବଡ଼ ଧରଣର କମ୍ବିଂ ଅପରେସନ୍‌ କରାଗଲେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଓଡ଼ିଶାମୁହାଁ ହେଉଥିବା ବହୁଥର ପ୍ରମାଣ ମିଳିଛି। ଏହି ସମୟରେ ଓଡ଼ିଶା ସୀମା ଜିଲ୍ଲାଗୁଡ଼ିକରେ ଏବେ ଚେକିଂ, ବ୍ଲକିଂ ଓ କମ୍ବିଂକୁ ଜୋର୍‌ଦାର୍‌ କରାଯାଏ। ବର୍ତ୍ତମାନ ସମସ୍ତେ ଏକ ପ୍ରକାର ଧରି ନେଇଛନ୍ତି ଯେ, ନୟାଗଡ଼ରେ ପୂର୍ବ ପରି ମାଓ କାରବାର ନାହିଁ। ମାତ୍ର ଯଦି ବାହାର ଜିଲ୍ଲାରୁ ଆସି ଏଠାରେ ମାଓବାଦୀମାନେ ପୁଣି ଆକ୍ରମଣ କରନ୍ତି, ତେବେ ସେଥିପାଇଁ ଦାୟୀ କିଏ ରହିବ, ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା କୁହନ୍ତି ଯେ, ଜିଲ୍ଲାରେ ବର୍ତ୍ତମାନ ସେମିତି କୌଣସି ମାଓ କାରବାର ପ୍ରମାଣ ମିଳିନାହିଁ। ତଥାପି ପଡ଼ୋଶୀ ଜିଲ୍ଲା ପୁଲିସ ସହ ଯୋଗାଯୋଗ ରଖାଯାଇଛି। ପୂର୍ବରୁ ଯେଉଁ ଯେଉଁ ଅଞ୍ଚଳରେ ମାଓ କାରବାର ହୁଏ, ସେଥିପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ରଖାଯାଇଛି। ଏସ୍‌ଓଜି ଯବାନ ନଥିଲେ ମଧ୍ୟ ଜିଲ୍ଲା ପୁଲିସର ଏକ ଶାଖା ବାଇକ୍‌ରେ ସୀମାରେ ପାଟ୍ରୋଲିଂ କରିଛନ୍ତି। ଏଣୁ ଏ ଦିଗରେ ଜିଲ୍ଲା ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe