ଅପପ୍ରଚାର ଯୋଗୁଁ ଭାଙ୍ଗିଲା ବିବାହ ପ୍ରସ୍ତାବ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ପରକୀୟା ପ୍ରୀତିର କରୁଣ ପରିଣତି: ଫାଶୀ ଲଗାଇ ନବବଧୂଙ୍କ ଆତ୍ମହତ୍ୟା
ଗୋଳନ୍ଥରା : ଅପପ୍ରଚାର ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗିଯିବା ପରେ ମର୍ମାହତ ହୋଇ ଗୋଳନ୍ଥରା ଥାନା ଇଲାକାର ଜଣେ ଯୁବତୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀଜଣକ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଆସନ୍ତା ଫେବ୍ରୁଆରି ୨ ତାରିଖରେ ଯୁବତୀଙ୍କ ବିବାହ ଲାଗି ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ଗତ ଡିସେମ୍ବର ୨୮ରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କ ଚରିତ୍ରକୁ ନେଇ ଅପପ୍ରଚାର କରିଥିଲେ। ଲିଫ୍‌ଲେଟ୍ ତିଆରି କରି ଗ୍ରାମବାସୀ ଓ ବର ପରିବାର ରହୁଥିବା ଗ୍ରାମରେ ବାଣ୍ଟିଥିଲେ। ଏହାସହ ବରକୁ ମଧ୍ୟ ଫୋନ୍ କରି ଅନ୍ୟ ଯୁବକଙ୍କ ସହ ଯୁବତୀଙ୍କ ଅନୈତିକ ସଂପର୍କ ଥିବା କହିଥି‌ଲେ। ଯାହା ଫଳରେ ବରପକ୍ଷ ବାହାଘର ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ସେପଟେ ଯୁବତୀଙ୍କ ପରିବାର ଦୁଇ ଯୁବକଙ୍କ ନାମରେ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧/୨୧ ଅନୁସାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଯୁବତୀ ଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଦୁଇ ଯୁବକଙ୍କୁ ଗିରଫ କରାଯାଉ ନଥିବାରୁ ଆଜି ସକାଳେ ଘରେ କେହି ନଥିବା ସୁଯୋଗରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe