୩ବର୍ଷ ପରେ ବସିଲା ଶ୍ରେଷ୍ଠ ବିଧାୟକ ଚୟନ କମିଟି ବୈଠକ

Advertisment
ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

odishaassembly.nic.in

ଭୁବନେଶ୍ବର : କୋଭିଡ ସଂକ୍ରମଣ ପାଇଁ ଗତ ୩ବର୍ଷ ଧରି ଶ୍ରେଷ୍ଠ ବିଧାୟକ ଚୟନ କମିଟି ବୈଠକ ହୋଇପାରି ନ ଥିଲା। ଶୁକ୍ରବାର ଦିନ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ବର୍ତମାନର ବିଧାୟକଙ୍କ ପାଇଁ ପଣ୍ଡିତ ନୀଳକଣ୍ଠ ସମ୍ମାନ, ପୂର୍ବତନ ବିଧାୟକଙ୍କ ପାଇଁ ଉତ୍କଳଗୌରବ ମଧୁସୂଦନ ସମ୍ମାନ ଓ ନବନିର୍ବାଚିତ ବିଧାୟକଙ୍କ ପାଇଁ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ ଦିଆଯାଇଥାଏ। ରାଜ୍ୟପ୍ରତି ଥିବା ଦାୟିତ୍ବବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକମାନଙ୍କୁ ମନୋନୀତ କରିଥାନ୍ତି। ବୈଠକରେ ଚୟନ କମିଟିର ସଦସ୍ୟଭାବେ ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ପୂର୍ବତନ ବିଧାୟକ ନଗେନ୍ଦ୍ର କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe