‘ମୋ ସ୍କୁଲ୍‌ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ମାସକରେ ଯୋଡ଼ି ହେଲେ ୧୮ ହଜାର ପୁରାତନ ଛାତ୍ରଛାତ୍ରୀ

Advertisment

ଅନ୍ତର୍ଭୁକ୍ତ ହେଲା ବୌଦ୍ଧ ଜିଲ୍ଲାର ସବୁ ସ୍କୁଲ୍‌, ୧୨୮ କୋଟିର ପ୍ରକଳ୍ପକୁ ଅନୁମୋଦନ

ଅନ୍ତର୍ଭୁକ୍ତ ହେଲା ବୌଦ୍ଧ ଜିଲ୍ଲାର ସବୁ ସ୍କୁଲ୍‌, ୧୨୮ କୋଟିର ପ୍ରକଳ୍ପକୁ ଅନୁମୋଦନ

‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ‘ମୋ ସ୍କୁଲ୍‌’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସ୍ବେଚ୍ଛାସେବୀ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ କାର୍ଯ୍ୟ କରିବେ। ଭିତ୍ତିଭୂମି ବିକାଶ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ସ୍ବେଚ୍ଛାସେବୀ ଗୁରୁତ୍ୱ ଦେବେ। ଏଥିପାଇଁ ‘ମୋ ସ୍କୁଲ୍‌ ଅଭିଯାନ’ର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ କରି ୬୯ଟି ବ୍ଲକ୍‌ରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି। ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ ସ୍ବେଚ୍ଛାସେବୀଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଖରା ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଆର୍ଥିକ ସ୍ୱଚ୍ଛତା ବଜାୟ ରଖିବାକୁ ପିଏଫ୍‌ଏମ୍‌ଏସ୍‌, ଏସ୍‌ଏନ୍‌ଏ ଭଳି ମନିଟରିଂ ସିଷ୍ଟମ୍‌ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ୨୭ଟି ଜିଲ୍ଲାର ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୮୦ ଲକ୍ଷ, ଖୋର୍ଦ୍ଧାରେ ୫୨ ଲକ୍ଷ ୫୯ ହଜାର, ଅନୁଗୋଳରେ ୩୧ ଲକ୍ଷ ୭୨ ହଜାର, ଗଞ୍ଜାମରେ ୩୦ ଲକ୍ଷ ୧୧ ହଜାର, ବରଗଡ଼ରେ ୨୭ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲ୍‌ ‘ମୋ ସ୍କୁଲ୍‌ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ୩ ବର୍ଷର ବୋର୍ଡ ପରୀକ୍ଷା ଫଳକୁ ଅନୁସରଣ କରି ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ହାଇସ୍କୁଲ୍‌ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ଏକ ହଜାର ସ୍କୁଲ୍‌ରେ ‘କୋଡ୍‌ କ୍ଲବ୍‌’ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିବା ମୋ ସ୍କୁଲ୍‌ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ସୂଚନା ଦେଇଛନ୍ତି। ଭର୍ଚୁଆଲ୍‌ମୋଡ୍‌‌ରେ ଅନୁଷ୍ଠିତ ଆଜିର ବୈଠକରେ ଓସେପା‌ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭିନ୍ନ ନିର୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe