ଆଜାଦୀ କା ଅମୃତ ମହୋତ୍ସବ ଶୋଭାଯାତ୍ରାରେ ସ୍ବଚ୍ଛତାର ବାର୍ତ୍ତା

Advertisment
ଆଜାଦୀ କା ଅମୃତ ମହୋତ୍ସବ ଶୋଭାଯାତ୍ରାରେ ସ୍ବଚ୍ଛତାର ବାର୍ତ୍ତା

ସୁନ୍ଦରଗଡ଼: ସ୍ବାଧୀନତାର ୭୫ ବର୍ଷ ପରିପ୍ରେକ୍ଷିରେ ସାରା ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ ଏକ ସ୍ବଚ୍ଛତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ନିର୍ଦ୍ଦେଶରେ ‘ନିୟମ’ ଶିକ୍ଷଣ ପ୍ରତିଷ୍ଠାନ ପରିଚାଳିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ କଲ୍ୟାଣ  କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜୀବଜଗତର ସୁସ୍ଥ ଜୀବନଧାରଣ ପାଇଁ ସ୍ବଚ୍ଛ ଓ ସବୁଜମୟ ପରିବେଶର ଆବଶ୍ୟକତାକୁ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।

‘ନିୟମ’ କାର୍ଯ୍ୟାଳୟରେ ସକାଳ ୭ଟାରେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହା ପରେ ଶୋଭାଯାତ୍ରାଟି ଡିଆରଡିଏ ଛକ ଯାଏ ସଚେତନତା ବାର୍ତ୍ତା ଦେଇଥିଲେ। ‘ନିୟମ’  ପ୍ରତିଷ୍ଠାନର ଆଞ୍ଚଳିକ ପରିଚାଳକ ସୁନୀଳ କୁମାର ଶତପଥୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ଅନୁସିକ୍ତା ଦାଶ, ରୋନାକ୍ଷି ଲେଙ୍କା, ଅରୂପ ନନ୍ଦ, ଅପର୍ଣ୍ଣା ପ୍ରଧାନ, ଅଜୟ ରଣା, ଆସିଆ ବେଗମ, ଅମ୍ରିତା ବିନ୍ଦେ, ଶୁଭଶ୍ରୀ ପରିଡ଼ା, ସୋନାଲି ନାୟକ, କୀର୍ତ୍ତିଭାନୁ ସାହୁ, ଇସମାଇଲ ଖାନ, ଦୀପକ କୁମାର ସାହୁ, ସଞ୍ଜିବନୀ ବାରିକ, ରୋଜି ମିଞ୍ଜ, ରୋଜାଲିନ ମହନ୍ତ, ପୂଜାି ଛୁଆଳସିଂହ, ପ୍ରକାଶ ବିଶୋୟୀ, ଶୋଭନ ପଟେଲ, ଦୀପ୍ତିମୟୀ ଦୀପ ପ୍ରମୁଖଙ୍କ ସମେତ କେନ୍ଦ୍ରର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe