ଜହ୍ନାପଙ୍କ ନୂତନ ଫାଣ୍ଡିଗୃହ ଉଦ୍‌ଘାଟନ କଲେ ମନ୍ତ୍ରୀ 

Advertisment
ଜହ୍ନାପଙ୍କ ନୂତନ ଫାଣ୍ଡିଗୃହ ଉଦ୍‌ଘାଟନ କଲେ ମନ୍ତ୍ରୀ 

ଜହ୍ନାପଙ୍କ/ଲକ୍ଷ୍ମୀପ୍ରସାଦ : ବୌଦ୍ଧ ଥାନା ଜହ୍ନାପଙ୍କସ୍ଥିତ ନୂଆ ଫାଣ୍ଡିଗୃହକୁ ବୁଧବାର ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ, ପାନୀୟ ଜଳଯୋଗାଣ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଫିତାକାଟି ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ, ୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କଳ୍ପନାରାଣୀ ପୁରୋହିତ, ସ୍ଥାନୀୟ ସରପଞ୍ଚ ଭାରତି ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକ, ଫାଣ୍ଡି ଅଧିକାରୀ କୁମୁଦ ଭୋଇ ଏବଂ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପୂର୍ବତନ ବୌଦ୍ଧ ବ୍ଲକ୍ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେl ଏଥିରେ ଜହ୍ନlପଙ୍କ ଗ୍ରାମ୍ୟ ସଭାପତି ଶାନ୍ତନୁ ଜେନା, ସ୍ୱାଧୀନ ପ୍ରଧାନ, ପାର୍ଥ ପ୍ରଧାନ, ଗଣ୍ଡlରମ୍ ପ୍ରଧାନ, କିରଟ ପ୍ରଧାନ, କୁନୁ ବାରିକ, ଅରୁଣ ରଣା, ବିଭୀଷଣ ପ୍ରଧାନ, ପଞ୍ଚlନନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଜହ୍ନାପଙ୍କ ଫାଣ୍ଡି ଏକ ଭଡ଼ାଘରେ ଉଦଘାଟନ ହୋଇଥିଲା। ବର୍ତ୍ତମାନ ଏହା ନୂତନ ଗୃହକୁ ସ୍ଥାନାନ୍ତର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe