ମାନବିକତା ଦେଖାଇଲେ ମନ୍ତ୍ରୀ: ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ

Advertisment
ମାନବିକତା ଦେଖାଇଲେ ମନ୍ତ୍ରୀ: ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ

ଗୋଳନ୍ଥରା: ଟ୍ରକ୍ ଦୁର୍ଘଟଣାରେ ଗୁରୁତରଙ୍କୁ ରାସ୍ତାରୁ ଉଦ୍ଧାର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଡାକ୍ତରଖାନାକୁ ପଠାଇଛନ୍ତି। ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଉପସ୍ଥିତ ଜନତା ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଦାୟିତ୍ବ ମିଳିବା ପରେ ଆଜି ଗୋପାଳପୁର ବିଧାୟକ ଶ୍ରୀ ଜେନା ନିଜ ଗାଁ ଗୋଳନ୍ଥରା ଆସୁଥିଲେ। ବ୍ରହ୍ମପୁର ସହର ଉପକଣ୍ଠ ପୁକୁଡ଼ିବନ୍ଧ ଛକ ଓ ଗୋପାଳପୁର ଜଙ୍କସନ୍‌ରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେଠାରୁ ସେ ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସୁଥିବା ବେଳେ ହଳଦିଆପଦର ନିକଟରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଶ୍ରୀ ଜେନା ତୁରନ୍ତ ସେଠାରେ ଅଟକି ଜଣେ ଗୁରୁତର ହେଲପର୍‌ଙ୍କୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଏହାସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପରେ ଶ୍ରୀ ଜେନା ନିଜ ବାସଭବନକୁ ଯାଇ ନିଜ ମା’ଙ୍କ ଆଶୀର୍ବାଦ ନେଇଥିଲେ। ‘୩୦ ବର୍ଷ ହେବ ମୋ ପୁଅ ଲୋକଙ୍କ ସେବାରେ ବ୍ରତୀ ହୋଇଥିବା ବେଳେ ଆଜି ଜନପ୍ରତିନିଧି ଭାବେ ରାଜ୍ୟର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଖୁସି’ ବୋଲି ତାଙ୍କ ମା’ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe