ଝାଡ଼ାବାନ୍ତିରେ ବାଳକ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଟୁରାଚୁଆଁ ପଞ୍ଚାୟତ କିରାଶାସନ ଗ୍ରାମରେ ଝାଡ଼ାବାନ୍ତି ସହ ଭାଇରାଲ ଜ୍ବର ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ଅର୍ଜୁନ ମାଝୀଙ୍କ ୯ ବର୍ଷର ପୁଅ ଶକ୍ତି ମାଝୀର ଶନିବାର କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗାଁ’ରେ ଆହୁରି ୯, ୧୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକ ଜ୍ବରରେ ମଧ୍ୟ ଆକ୍ରାନ୍ତ ଅଛନ୍ତି। ପ୍ରଶାସନ ଓ ମେଡିକାଲ ଟିମ୍‌ ଗ୍ରାମବାସୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe