ଦୁଷ୍କର୍ମ ଉଦ୍ୟମ ବେଳେ କୋଠାରୁ ଡେଇଁ ପଡ଼ିଲେ ନାବାଳିକା

Advertisment
ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ !

Daily Times

ଧାମରା: ମୟୂରଭଞ୍ଜ ଜିଲ୍ଲାରୁ ଆସି ଶ୍ରମିକ ଭାବେ ଲୋକଙ୍କ ଘର କାମ କରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଧାମରା ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି।
ଧାମରା ବସଷ୍ଟାଣ୍ତ ନିକଟରେ ନିର୍ମାଣାଧୀନ ଏକ କୋଠାରେ ନାବାଳିକା ଓ ତାଙ୍କ ସାନଭାଇ ଶୋଇଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ୩ ଜଣ ଟ୍ରାକ୍ଟର ଚାଳକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ବାପା ମା’ ଅନ୍ୟ ଏକ କାମରେ ଭଦ୍ରକ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ଉକ୍ତ ୩ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଭୟରେ ନାବାଳିକା ଭାଇଭଉଣୀ କୋଠା ତଳକୁ ଡେଇଁ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଥିବା ଅନ୍ୟ ଭାଇ ନିକଟକୁ ପଳାଇ ଯାଇଥିଲେ।

ଏହି ଘଟଣା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଦୌଡି ପଳାଇ ଯାଇଥିଲେ। ଖବର ପାଇ ଆଜି ସକା‌େଳ ନାବାଳିକାଙ୍କ ବାପା ଭଦ୍ରକରୁ ଆସି ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନା ଅଧିକାରୀ ତୁସିଲ ମାଝୀ ଅଭିଯୁକ୍ତ ଜାଗୁଳା ପଞ୍ଚାୟତର ଶମ୍ଭୁ ଗିରି ଓ ଅଜୁ ଦାସକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଅନ୍ୟତମ ଅଭିଯୁକ୍ତ ଶିବା ବିଶ୍ବାସ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe