ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

Advertisment
ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

ABP News

ଦେବଗଡ଼: ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବସନ୍ତ ମାଝୀଙ୍କୁ ଆଜି ସହକାରୀ ଦୌରାଜଜ ସୁଧୀର ମିଶ୍ର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଗତ ୮.୮.୨୦୧୫ରେ ଝାରସୁଗୁଡ଼ା ଜିଲ୍ଲାର ବସନ୍ତ ମାଝୀ ଦେବଗଡ ଜିଲ୍ଲା ବଡ଼ବାହାଳ ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ଘରେ ପଶି ଜୋର୍‌ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକ ବସନ୍ତଙ୍କୁ କାବୁ କରି ଘର ଭିତରେ ବନ୍ଦ କରି ରଖିଥିଲେ। ଏ ନେଇ ପୀଡ଼ିତା ଦେବଗଡ଼ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ବସନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଦେବଗଡ଼ ନ୍ୟାୟାଳୟରେ ସହକାରୀ ଦୌରାଜଜ୍‌ ଅଦାଲତରେ ପୀଡୀତାଙ୍କ ପକ୍ଷରୁ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପୀଡ଼ିତା ଓ ସାକ୍ଷୀଙ୍କ ବୟାନ ଏବଂ ଉଭୟ ପକ୍ଷର ଜବାବ ସୁଆଲ ପରେ ମାନ୍ୟବର ଅଦାଲତ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମନୋଜ ପାଢ଼ୀ, ସହଯୋଗୀ ଜନ୍ମାଜୟ ପ୍ରଧାନ ଓ ରୋହିତ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe