Advertisment

ଅଧାରେ ଅଟକିଲା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକଙ୍କ ଇସ୍ତଫା: ସାମ୍ବାଦିକ ସମ୍ମିଳନୀରୁ ହାତଧରି ଡାକିନେଲେ ବିଧାୟକ

Advertisment
ଅଧାରେ ଅଟକିଲା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକଙ୍କ ଇସ୍ତଫା: ସାମ୍ବାଦିକ ସମ୍ମିଳନୀରୁ ହାତଧରି ଡାକିନେଲେ ବିଧାୟକ

ବାଲେଶ୍ୱର: ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସଙ୍କ ଇସ୍ତଫା ଏବଂ ଅଧାରେ ଅଟକିବା ଘଟଣାର ଆଜି ଏଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବାଲେଶ୍ବରରେ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଜଣେ ବିଧାୟକ ତାଙ୍କୁ ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ କରି ସତ୍ୟରଞ୍ଜନ ଆଜି ଦଳରୁ ଅଚାନକ ଇସ୍ତଫା ଦେଇଥିଲେ।

ଏମିତିକି ନିଜ ଇସ୍ତଫାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ସେ ବାଲେଶ୍ବର ଷ୍ଟେସନ୍‌ କ୍ଲବ ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍‌ ବିଜ୍ଞପ୍ତି ମଧ୍ୟ ଦେଇ ସାରିଥିଲେ। ତେବେ, ଏହିସମୟରେ ହଠାତ୍‌ ଆସି ପହଞ୍ଚିଥିଲେ ବାଲେଶ୍ବର ସଦର ବିଧାୟକ ପ୍ରାର୍ଥୀ ସ୍ବରୂପ କୁମାର ଦାସ, ଯୁବନେତା ଉମାଶଙ୍କର ତିଆଡ଼ି ଓ କିଛି ବିଜେଡି ସମର୍ଥକ। ନିଜ ଇସ୍ତଫା ବାବଦରେ କାରଣ କହିବା ପୂର୍ବରୁ ସତ୍ୟରଞ୍ଜନଙ୍କୁ ସାମ୍ବାଦିକ ସମ୍ମିଳନୀ ବନ୍ଦ କରିବାକୁ ଅନୁରୋଧ କରିଥିଲେ ବିଧାୟକ। ଦଳ କଥା ଦଳରେ ସମାଧାନ ହେବ ବୋଲି କହି ହାତ ଧରି ତାଙ୍କୁ ବାହାରକୁ ନେଇଯାଇଥିଲେ। ଫଳରେ ଗଣମାଧ୍ୟମ ପ୍ରତିନିଧି ସେଠାରୁ ନିରାଶ ହୋଇ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe