ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ: ଗଲେନି ରଜନୀକାନ୍ତ, ଜୟନାରାୟଣ, ନରସିଂହ

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ: ଗଲେନି ରଜନୀକାନ୍ତ, ଜୟନାରାୟଣ, ନରସିଂହ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧାନସଭା ପକ୍ଷରୁ ଅଭିନନ୍ଦନ ପତ୍ର ଦେବା ପାଇଁ ଆଜି ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମିଶାଇ ତିନି ଦଳର ମୋଟ୍ ୨୬ ଜଣ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କିନ୍ତୁ ସେଥିରୁ ୩ ଜଣ ଯାଇ ନଥିବା ଜଣାପଡ଼ିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କୋଭିଡ୍ ପଜିଟିଭ୍ ଆସିବାରୁ ସେମାନେ ଯାଇନାହାନ୍ତି। ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅସୁସ୍ଥତା ପାଇଁ ଯାଇ ପାରିନାହାନ୍ତି। ଆସନ୍ତାକାଲି ସକାଳେ ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ। ଏହା ପରେ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ। ପୂର୍ବାହ୍ନ ୧୧ଟା ୩୦ରେ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳର ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ୪ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କର, ଓଏସ୍‌ଡି ବିଜୟ କୁମାର ସାହୁ ଓ ସେକ୍ସନ୍ ଅଫିସର ବିଭୂତି ଭୂଷଣ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe