ବିଧାୟକଙ୍କ ଗାଡ଼ିକୁ ଢେଲାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

Advertisment
ବିଧାୟକଙ୍କ ଗାଡ଼ିକୁ ଢେଲାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

କୋରେଇ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବଳଦିଆ ଓଭରବ୍ରିଜ ନିକଟରେ ଗତକାଲି ସଂଧ୍ୟାରେ ଢେଲା ମାଡ଼ରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଭାଙ୍ଗିଥିଲା। ଏହି ଘଟଣାରେ କୋରେଇ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଅଭିଯୁକ୍ତ ଯୁବକକୁ ଗତକାଲି ଅଟକ ରଖିଥିବା ବେଳେ ଆଜି କୋରେଇ ଥାନା କେସ୍‌ ନଂ ୨୪୦/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି।

ଗିରଫ ଅଭିଯୁକ୍ତ ଜଣଙ୍କ ଘଷିପୁରା ଥାନା ମୁରାବାଲି ଗ୍ରାମର ନାରଣ ଟୁଡ଼ୁଙ୍କ ପୁଅ ଦାଶରଥି ଓରଫ ରବି ବୋଲି ଜଣାପଡିଛି। ରବି କିଛିଦିନ ଧରି ଯାଜପୁର ରୋଡ ସ୍ଥିତ କହ୍ନେଇପୁର ଠାରେ ରହି ଆସୁଥିଲା। ଗତକାଲି ସଂଧ୍ୟା ୮ଟା ସମୟରେ ବଳଦିଆ ଓଭବ୍ରିଜ୍ ନିକଟରେ କୌଣସି କାରଣ ନଥାଇ ଟେକା ମାଡ଼ କରିଥିଲା। ଏଥିରେ ପ୍ରାୟ ୧୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ସମୟରେ ବିଧାୟକ ଶ୍ରୀ ପାତ୍ର ଯାଉଥିବା ବେଳେ ତାଙ୍କ ଗାଡ଼ିରେ ମଧ୍ୟ ଟେକାମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe