ଚିନ୍ତା ବଢ଼ାଇଲାଣି ମୌସୁମୀ, ଏବେ ସୁଦ୍ଧା ୨୭ ପ୍ରତିଶତ କମ୍‌ ବର୍ଷା

Advertisment

୧୯ ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରଭାବିତ, ନିଅଣ୍ଟିଆ ବର୍ଷା‌ରେ ଭଦ୍ରକର ଅଲୋଡ଼ା ରେକର୍ଡ

୧୯ ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରଭାବିତ, ନିଅଣ୍ଟିଆ ବର୍ଷା‌ରେ ଭଦ୍ରକର ଅଲୋଡ଼ା ରେକର୍ଡ

ନିଅଣ୍ଟିଆ ବର୍ଷା, ଚାଷ ପାଇଁ ପରାମର୍ଶ ଜାରି କଲା ଓୟୁଏଟି

DNA India

ଭୁବନେଶ୍ବର : ଜୁଲାଇର ପ୍ରଥମ ୧୮ ଦିନର ନିଅଣ୍ଟିଆ ବର୍ଷା ଚାଷ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କମ୍‌ ବର୍ଷା ଯୋଗୁଁ ୧୯ ଜିଲ୍ଲାରେ ଚାଷକାର୍ଯ୍ୟ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୧୮ମଧ୍ୟରେ ରାଜ୍ୟ‌ରେ ପାଖାପାଖି ୨୯୫.୪ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୪୦୫.୩ ମିମିଠାରୁ ୨୭% କମ୍‌। କେନ୍ଦ୍ର କହିଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୯ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର। ଏଥିସହ ୬ଜିଲ୍ଲାରେ ୬୦%ରୁ କମ୍‌ ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୫୯% କମ୍‌ ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁରରେ ୫୧%, କେନ୍ଦୁଝର ଓ ବଲାଙ୍ଗୀରରେ ୪୪%, ଗଜପତିରେ ୪୨% ଓ ସମ୍ବଲପୁରରେ ୪୦% ନିଅଣ୍ଟିଆ ବର୍ଷା ହୋଇଛି।

ଭଦ୍ରକ ରାଜ୍ୟର ଏକମାତ୍ର ଜିଲ୍ଲା ଯେଉଁଠାରେ ୨୦୦ମିମି ତଳକୁ ଅର୍ଥାତ୍‌ ଏବେ ସୁଦ୍ଧା ମାତ୍ର ୧୪୯ ମିମି ବର୍ଷା ରେକର୍ଡ ହୋଇଛି। ଏଥିସହ କୋରାପୁଟ ଜିଲ୍ଲାରେ ରାଜ୍ୟର ସର୍ବାଧିକ ବର୍ଷା ୪୧୩.୫ ମିମି ବର୍ଷା ହୋଇଛି।

publive-image Inform.kz

ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି। ବର୍ତ୍ତମାନ ପାଣିପାଗର ସ୍ଥିତି କହୁଛି ଯେ ମୌସୁମୀଜନିତ ନିମ୍ନଚାପରେଖା ରାଜସ୍ଥାନର ଗଙ୍ଗାନଗରଠାରୁ ବାହାରି ନାର୍‌ନୁଲ୍‌, ଆଲିଗଡ଼, କାନପୁର, ଶାନ୍ତିନିକେତନ, ଚେରାପୁଞ୍ଜ ମଧ୍ୟ ଦେଇ ପୂର୍ବରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଏହା ସମୁଦ୍ର ପତ୍ତନଠାରୁ ୦.୯କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହାଛଡ଼ା ଉତ୍ତର ଆନ୍ଧ୍ର ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏଥିସହ ଏକ ପୂର୍ବ-ପଶ୍ଚିମ ସିଅର୍‌ ଜୋନ୍‌ ମଧ୍ୟ ରହୁଛି, ଏହା ସମୁଦ୍ର ପତ୍ତନଠାରୁ ୩.୧ କିମିରୁ ୪.୫କିମି ମଧ୍ୟରେ ରହୁଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଢଳି ରହିଛି। ପାଣିପାଗର ଏହି ସବୁ ନିୟାମକ ଯୋଗୁଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏଥିସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ବର୍ଷା ହୋଇପାରେ। ୨୧ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଛଡ଼ା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe