ଓଡ଼ିଶାକୁ ଏବେ ଆସିବନି ମୌସୁମୀ, ବାଟ ଓଗାଳିଛି ଉତ୍ତର-ପଶ୍ଚିମ ପବନ

Advertisment
ଚିନ୍ତା ବଢ଼ାଇଲାଣି ଅଭାବୀ ବର୍ଷା: ୧୫ ଜିଲ୍ଲାରେ ନିଅଣ୍ଟିଆ, କଳାହାଣ୍ଡିରେ ଉତ୍କଟ ସ୍ଥିତି

The Bangkok Post

ଭୁବନେଶ୍ବର : ମୌସୁମୀର ସ୍ପର୍ଶ ପାଇଁ ରାଜ୍ୟବାସୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ କେରଳ ଛୁଇଁବାର କିଛି ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ସହ ବଙ୍ଗୋପସାଗର ଓ ଆରବ ସାଗରର ଅନେକ ଅଞ୍ଚଳ ସ୍ପର୍ଶ କରିବା ବେଳେ ଏବେ ଏହା ସ୍ଥିର ହୋଇଯାଇଛି। ଆଉ ଆଗକୁ ବଢ଼ିପାରୁନି। ତେଣୁ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣୁ ଜୁନ୍‌ ୧୨ ସୁଦ୍ଧା ଓଡ଼ିଶାକୁ ମୌସୁମୀର ଆଗମନ ହେବ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ। ପୂର୍ବ ଆକଳନ ମୁତାବକ ଜୁନ୍ ୧୨ରେ ଓଡ଼ିଶା ଛୁଇଁ ନ ପାରେ। ଆକାଶରେ ବାଦଲ ଓ ପବନ ରହିଛି। ହେଲେ ମୌସୁମୀ ଆଗମନରେ ପରିବେଶ ଅନୁକୂଳ ନାହିଁ। ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଛି। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉନାହିଁ। ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନାହିଁ। ମେ’ ୩୧ ପରେ ତାମିଲନାଡ଼ୁ, ବେଙ୍ଗାଲୁରୁ, ଭେଲୁର ଓ ପୁଡ଼ୁଚେରୀ ଆଦି ସ୍ଥାନରେ ଭଲ ବର୍ଷା ହୋଇଯାଇଛି। ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଞ୍ଚିବା ପରେ ଭଲ ବର୍ଷା ହୋଇଥିବା ରେକର୍ଡ କହୁଛି। ପାଗ ପ୍ରତିକୂଳ ଥିବାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଞ୍ଚିବାରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ, ପୂର୍ବ ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe