ଓଡ଼ିଶାରୁ ୪୫ ଦିନ ବିଳମ୍ବରେ ଫେରିବ ମୌସୁମୀ!

Advertisment

ନଭେମ୍ବରରେ ସକ୍ରିୟ ରହିବ, ଡିସେମ୍ବର ପହିଲାରୁ ଛାଡ଼ିବ

ନଭେମ୍ବରରେ ସକ୍ରିୟ ରହିବ, ଡିସେମ୍ବର ପହିଲାରୁ ଛାଡ଼ିବ

ଚିନ୍ତା ବଢ଼ାଇଲାଣି ଅଭାବୀ ବର୍ଷା: ୧୫ ଜିଲ୍ଲାରେ ନିଅଣ୍ଟିଆ, କଳାହାଣ୍ଡିରେ ଉତ୍କଟ ସ୍ଥିତି

The Bangkok Post

ଭୁବନେଶ୍ବର : ଚଳିତ ବର୍ଷ ଓଡ଼ିଶାରୁ ମୌସୁମୀ ବିଳମ୍ବରେ ଫେରିବ। ନଭେମ୍ବର ମାସରେ ମୌସୁମୀ ସକ୍ରିୟ ରହିବ। ପ୍ରାୟ ୪୫ ଦିନ ବିଳମ୍ବରେ ଅର୍ଥାତ୍‌ ଡିସେମ୍ବର ପହିଲା ବେଳକୁ ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ଜୁନ୍‌ ୧୦ ଅର୍ଥାତ ଚଳିତ ବର୍ଷ ସ୍ବାଭାବିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଢ଼ ମାସ ବିଳମ୍ବରେ ଓଡ଼ିଶାରୁ ଅପସାରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖାଲି ଓଡ଼ିଶା ନୁହେଁ; ସାରା ଭାରତରୁ ମଧ୍ୟ ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେବ। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶର ଉତ୍ତର-ପଶ୍ଚିମ ରାଜ୍ୟ ଯଥା ରାଜସ୍ଥାନ, ପଞ୍ଜାବ ଆଦି ଅଞ୍ଚଳରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଏବେ ସେପ୍ଟେମ୍ବରର ୧୬ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏଥିରେ ବହୁ ବିଳମ୍ବ ହେବ ବୋଲି ଜଣାପଡ଼ୁଛି।

ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ୧ ଜୁନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଅର୍ଥାତ କେରଳ ଛୁଇଁଥାଏ ଓ ୧ ସେପ୍ଟେମ୍ବରରୁ ଏହା ଭାରତରୁ ଅପସାରିତ ହେବା ଆରମ୍ଭ ହୁଏ। ଏହିକ୍ରମରେ ୧୫ ଅକ୍ଟୋବର ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରୁ ଫେରିବା ଆରମ୍ଭ କରେ। କିନ୍ତୁ ଯେହେତୁ ମୌସୁମୀ ଭାରତର ଉତ୍ତର-ପଶ୍ଚିମରୁ ‌ଅପସାରିତ ହେବାକୁ ମାସକରୁ ଊର୍ଧ୍ବକାଳ ସମୟ ନେବ ତେଣୁ ଓଡ଼ିଶାରୁ ମୌସୁମୀ ଫେରିବାକୁ ବି ୪୫ ଦିନ ବିଳମ୍ବ କରିପାରେ। ଅର୍ଥାତ ମୌସୁମୀ ଛାଡ଼ିଲା ବେଳକୁ ‌ଡିସେମ୍ବ୍ବର ପହିଲା ହୋଇଯିବ।

ଚଳିତ ବର୍ଷ ଜୁନରେ ରାଜ୍ୟରେ ପ୍ରାୟତଃ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ପାଖାପାଖି ୧୯% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅଗଷ୍ଟ ଆଡ଼କୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। ଅଗଷ୍ଟ ମାସର ପାଖାପାଖି ୨୪ ଦିନ ମୌସୁମୀ ରାଜ୍ୟରୁ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଥିଲା। ଅବଶିଷ୍ଟ ୭ ଦିନ ମୌସୁମୀ ଟ୍ରଫ୍ ସ୍ବାଭାବିକ ସ୍ଥିତିରେ ରହିଥିବା ବେଳେ ଅଗଷ୍ଟର ଗୋଟିଏ ବି ଦିନ ମୌସୁମୀ ସକ୍ରିୟ ହୋଇନଥିଲା। ଫଳରେ ଅଗଷ୍ଟରେ ମୌସୁମୀଜନିତ ବର୍ଷା ବିଶେଷ ହୋଇନଥିଲା। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ଆରମ୍ଭରୁ ମୌସୁମୀ ସକ୍ରିୟ ହୋଇଥିଲା। ଆଗକୁ ୧୮ ଓ ୨୫ ତାରିଖ ଆଡ଼କୁ ରାଜ୍ୟରେ ଆହୁରି ଦୁଇଟି ଲଘୁଚାପ ବର୍ଷାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ। ଏଣୁ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe