ଶିଶୁକନ୍ୟାକୁ ମାରି ମା’ର ଆତ୍ମହତ୍ୟା!

Advertisment
କୋଲାବ ନଦୀକୁ ଡେଇଁପଡ଼ିଲେ ମହିଳା ପୋଷ୍ଟମାଷ୍ଟର

Image Courtesy of India.com

ଲକ୍ଷ୍ମୀପୁର/କାକିରିଗୁମ୍ମା : କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଲଚ୍ଛମଣି ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ମହିଳା ଏବଂ ତାଙ୍କ ୨ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ପାରିବାରିକ କଳହ ପାଇଁ ଶିଶୁକନ୍ୟାକୁ ମାରି ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ‌େହାଇଛି।

ମୃତକ ହେଲେ, ଗାଁର ଦିନେଶ ସାଉଁନ୍ତାଙ୍କ ପତ୍ନୀ ପଦ୍ମା (୨୬ବର୍ଷ) ଓ ଝିଅ ମେରୀ। ପଡ଼ୋଶୀ ଯୁବକଙ୍କ ସହ ପଦ୍ମା ଫୋନ୍‌ରେ କଥାବାର୍ତ୍ତା କରିବାରୁ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଝିଅକୁ ହତ୍ୟାକରି ପଦ୍ମା ଆତ୍ମହତ୍ୟା କରିଥିବା ସ୍ବାମୀ ଦିନେଶ କହିଛନ୍ତି।

ଅପରପ‌େକ୍ଷ, ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ଝିଅ ଓ ନାତୁଣୀକୁ ହତ୍ୟାକରି ଦିନେଶ ଆତ୍ମହତ୍ୟା ରୂପ ଦେଉଥିବା ପଦ୍ମାଙ୍କ ବାପଘର ଲୋକେ କାକିରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe