ଝିଅକୁ ଧରି କୂଅକୁ ଡେଇଁଲା ମା’ ଝିଅ ମୃତ, ମା’ ଗୁରୁତର

Advertisment
କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Represntational image: Shutterstock

ବ୍ରହ୍ମପୁର: ଆଜି ସଂଧ୍ୟାରେ ବ୍ରହ୍ମପୁର ସହରରେ ପାରିବାରିକ କଳିର କରୁଣ ପରିଣତି ଏକ ନିଷ୍ପାପ ତିନି ବର୍ଷର ଝିଅର ଜୀବନ ନେଇଛି। ସ୍ବାମୀର କଟୁ କଥା ସହି ନପାରି ଶେଷରେ ଝିଅକୁ ସାଙ୍ଗରେ ଧରି ମା କୂଅକୁ ଡେଇଁ ପଡ଼ିଲେ। ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଶ୍ରେୟାସୀ ସାହୁର ମୃତ୍ୟୁ ଘଟିଛି। ମା' ବିଜୟଲକ୍ଷ୍ମୀ ସାହୁଙ୍କ ଅବସ୍ଥା ସଂକଟାପନ୍ନ ଅଛି।

ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଜଗନ୍ନାଥବିହାର ସପ୍ତମ ଲାଇନ୍‌ର ରାମଚନ୍ଦ୍ର ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ଗତ ୭ବର୍ଷ ତଳେ ବାଚୁବାରୀ ସାହିର ସୀମାଞ୍ଚଳ ସାହୁଙ୍କୁ ବାହା ହୋଇଥିଲେ। ଦାବି ଅନୁସାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆ ଯାଇଥିଲା। ଅଧିକ ଯୌତୁକ ଦାବି କରି ବିଜୟଲକ୍ଷ୍ମୀଙ୍କୁ ନିର୍ଯାତନା ଦିଆ ଯାଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ବିଜୟଲକ୍ଷ୍ମୀ କିଛିଦିନ ହେଲା ବାପା ଘରକୁ ଚାଲି ଆସିଥିଲେ। ଆଜି ସଂଧ୍ୟାରେ ପୁଣିଥରେ ସ୍ବାମୀ ସୀମାଞ୍ଚଳ କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ଫୋନ୍‌ରେ ନାନା ଗାଳିଗୁଳଜ କରିଥିଲେ। ଏଥିରେ ବିଜୟଲକ୍ଷ୍ମୀ ମାନସିକ ସ୍ତରରେ ଭାଙ୍ଗିପଡ଼ି ଝିଅ ଶ୍ରେୟାସୀକୁ ଧରି ଘରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ପରିବାରବର୍ଗ ପଡ଼ୋଶୀ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ନେଇଥିଲେ। ବିଜୟଲକ୍ଷ୍ମୀଙ୍କ ଭାଇ ନାରାୟଣ ସାହୁ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସମ୍ପର୍କରେ ଗତ ୧୨ତାରିଖରେ ମହିଳା ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ନାରାୟଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe